ବିଳମ୍ବିତ ରାତିରେ ମେଡିକାଲ କର୍ମଚାରୀଙ୍କୁ ମାଡ଼, ଥାନାରେ ମାମଲା ରୁଜୁ
ଗଞ୍ଜାମ ସହରରେ ଅବସ୍ତିତ ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସିକ୍ୟୁରିଟି ଓ ସୁଇପେରଙ୍କୁ ରବିବାର ବିଳମ୍ବିତ ରାତିରେ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି କେଶ ନମ୍ବର ୧୭୨/୨୪ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରିଛି ପୋଲିସ। ମେଡିକାଲ ସମ୍ମୁଖରେ ଥିବା ମେଡ଼ିସିନ ଷ୍ଟୋରରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଦୋଷୀକୁ ଖୋଜି ବାହାର କରାଯିବ ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି l
ମିଳିଥିବା ସୂଚନା ଅନୁଯାଇ, ରବିବାର ରାତିରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ମେଡିକାଲ ଆସି ଡାକ୍ତର କାହାନ୍ତି ବୋଲି ପଚାରିଥିଲେ। କଣ ହୋଇଛି କୁହ ବୋଲି ପଚାରିବା ପରେ ଉତକ୍ଷିପ୍ତ ହୋଇ ଉକ୍ତ ଯୁବକ ଜଣକ ସୁଇପର୍ ଗୋପାଳ ନାୟକ ଓ ସିକ୍ୟୁରିଟି ଗାର୍ଡ ସିମାଞ୍ଚଳ ବେହେରାଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣାରେ ପରେ ଏସ୍ଡିପିଓ ଗୌରହରୀ ସାହୁ ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ର ଆସି ଅଭିଯୋଗ କାରୀଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି l(ପ୍ରଦୀପ କୁମାର ପଣ୍ଡା )