May 30, 2025

ବିଷଧର ସାପ କାମୁଡ଼ାରେ ଆଡବାୟାର ମୃତ୍ୟୁ

Share


ବୁଗୁଡା : ତା ୦୬/୦୮/୨୪ : ବୁଗୁଡା ବ୍ଲକ ଗୌଡିଆବୋରଦା ପଞ୍ଚାୟତ ଅନ୍ତର୍ଗତ ଗୁଡିପଲ୍ଲୀ ଗ୍ରାମର ଜନୈକ ଅଧପାଗଳ ସାବାଳକର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ବାବୁଲି ଦାସଙ୍କ ୧୯ ବର୍ଷୀୟ ପୁଅ ସୁମନ କୁମାର ଦାସ । ପ୍ରକାଶ ଯେ , ଗତକାଲି ରାତି ୨ଟା ବେଳକୁ ସୁମନ ସାପ କାମୁଡ଼ାର ଶିକାର ହୋଇ ଚିତ୍କାର କରିଥିଲେ । ପରିବାର ଲୋକେ ତାଙ୍କୁ ବୁଗୁଡା ମେଡିକାଲକୁ ଆଣିଥିଲେ ଏବଂ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପାହାନ୍ତିଆ ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇବା ସହ କେସ୍ ନଂ ୧୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପ୍ରକାଶ ଯୋଗ୍ୟ ଯେ , ଆଜକୁ ପ୍ରାୟ ୧୦ ବର୍ଷ ହେଲା ସୁମନଙ୍କ ବାପା ଘରକୁ ଆସୁନଥିବା ଯୋଗୁଁ ମାଆ ଦିନ ମଜୁରିଆ ଭାବେ କାମ କରି ଆର୍ଥିକ ଅନାଟନରେ ପରିବାର ପ୍ରତିପୋଷଣ କରିଆସୁଥିଲେ । ତେବେ ଆଜି ଆଡବାୟା ପୁଅର ଅକାଳ ମୃତ୍ୟୁରେ ଭାଙ୍ଗି ପଡିଥିବା ବେଳେ ମେଡିକାଲରେ ସୁମନର ମାଆଙ୍କୁ ପୋଲସରା ବିଧାୟକ ତଥା ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭେଟି ସମବେଦନା ଜଣାଇ ସରକାରୀ ସାହାଯ୍ଯ ଯୋଗାଇଦେବାର ଆଶ୍ବାସନା ଦେବା ସହ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ ।