ଅଭିଯୋଗ ଶୁଣାଣି ଶିବିରରେ ପାଞ୍ଚଶହ ରୁ ଉର୍ଦ୍ଧ ଅଭିଯୋଗ
ପାଟଣାଗଡ଼ ବ୍ଲକ ବରପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୫୦୦ ରୁ ଉର୍ଦ୍ଧ ଅଭିଯୋଗ କାରି ଲମ୍ବା ଧାଡ଼ିରେ ଠିଆହୋଇ ରେସନ କାର୍ଡ , ବାର୍ଦ୍ଧକ୍ୟ ଭର୍ତ୍ତା ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବସୁଧା ଯୋଜନାରେ ୪ ଡ଼ିସିମିଲ ଡିହ ପାଇଁ ଅଭିଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ ବିଡିଓ ସୁମନ ମିଞ୍ଜ ଓ ତହସିଲଦାର ରୁଦ୍ରମୋହନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଡିଓ ମେନକା ମେହେର , ଜିପିଓ ନିଳକଣ୍ଠ କାଲସାଏ ,ସରପଞ୍ଚ ସୁବାସ ମେହେର ଙ୍କ ସମେତ ସମସ୍ତ ବିଭାଗର ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।
* ବଲାଙ୍ଗିର ରୁ ପବିତ୍ର ପୁଟେଲ, ଉପାନ୍ତ ଖବର