November 15, 2024

ନୃସିଂହନାଥ ପୀଠ ର ଫାଇଭଟି ବିଲଡିଙ୍ଗ କାମର ଛାତରୁ ପାଣି ଝରିବା ଘଟଣା, ବିଜେପି ଯୁବନେତା ଙ୍କ ତଦନ୍ତ ଦାବି l 

Share

 

 

ବରଗଡ଼/ ପଦ୍ମପୁର : (ଉପାନ୍ତ ଖବର) ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ତିର୍ଥଖେତ୍ର ନୃସିଂହନାଥ ପୀଠ ରେ ଫାଇଭଟି ଯୋଜନା ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନବିକରଣ କରାଯାଇଥିବା ର ବାସ୍ତବ ଚିତ୍ର ଏବେ ପଦାରେ ପଡିଛି। ବିଜେଡି ସରକାର ସମୟରେ କିଭଳି ଦୁର୍ନୀତି କାମ ଚାଲିଥିଲା ତାହାର ଏହା ହେଉଛି ଏକ ଜ୍ୱଳନ୍ତ ଉଦାହରଣ। ବିଜେପି ଯୁବନେତା ପ୍ରିତେଶ ବହିଦାର ଓ ରୋଶନ ପାଣିଗ୍ରାହୀ , ପିଣ୍ଟୁ ଭୋଇ ପ୍ରମୁଖ ନୃସିଂହନାଥ ପୀଠ କୁ ଦର୍ଶନ ନିମନ୍ତେ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ ଯେ ନୃସିଂହନାଥ ପୀଠ ର ଉନ୍ନତି ଓ ନବିକରଣ ନାମରେ ସରକାରୀ ଅର୍ଥ ହରିଲୁଟ ହୋଇ ନିମ୍ନ ମାନର କାମ ହୋଇଛି। ମନ୍ଦିର ର ଯାତ୍ରୀ ବିଶ୍ରାମ ଗୃହ କୁ ଭାଙ୍ଗି ଫାଇଭଟି ନାମରେ ନୂତନ ଯାତ୍ରୀ ପ୍ରତିକ୍ଷାଳୟ, ଅଫିସ ଗୃହ ଇତ୍ୟାଦି ତିଆରି ହୋଇଛି ହେଲେ ତାହା କାର୍ଯ୍ୟକ୍ଷମ ହେବା ପୂର୍ବରୁ ପାଣି ଗଲୁଛି। ସାମାନ୍ୟ ବର୍ଷା ଯୋଗୁଁ ଛାତରୁ ପାଣି ଗଲୁଛି ଯାହା ଅତ୍ୟନ୍ତ ଦୁଃଖଦ ଘଟଣା। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଙ୍କ ସହ ଉକ୍ତ ନିମ୍ନ ମାନର କାମ ବିଷୟରେ ରେ କଥା ହୋଇ ଫେରିଛନ୍ତି। ନିମ୍ନ ମାନର କାମ ବିଷୟରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ଜଣାଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁବା ପାଇଁ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ବରଗଡ଼ ଜିଲ୍ଲା ର ନୃସିଂହନାଥ ପୀଠ ଠାରେ ୫ ଟି ଯୋଜନା ଦ୍ବାରା ୪୦ କୋଟି ଟଙ୍କା ବିନିମୟରେ ତିଆରି ହୋଇଥିବା ଅଫିସ, ଯାତ୍ରୀ ନିବାସ, ପର୍ଯ୍ୟଟକ ବିଶ୍ରାମାଳୟ, ମାର୍ଯାରକେଶରୀ ବିଚାରଳୟ, ସୂଚନା କେନ୍ଦ୍ର ପ୍ରଭୃତି ନୂଆ ତିଆରି ହୋଇଥିବା ଛାତରୁ ପାଣି ଲଗୁଛି। ଗତ ଫେବୃଆରୀ ମାସରେ ତରବରିଆ ଭାବରେ ଉଦଘାଟନ କରାଯାଇଥିବା ଏହି ଫାଇଭ ଟି ବିଲଡିଙ୍ଗ ଛାତରୁ ପାଣି ଗଲି ତଳେ ଥପଥପ ହୋଇ ପଡୁଛି ଫଳରେ ଅଫିସ ହେଉକି ଯାତ୍ରୀ କାହାରି କାମରେ ଲାଗୁନାହିଁ। ଲୋକ ଙ୍କ ସୁବିଧା ସୁଯୋଗ ପାଇଁ ତତ୍କାଳିନ ସରକାର ଫାଇଭଟି ଯୋଜନାରେ ୪୦ କୋଟି ଖର୍ଚ୍ଚ କରିଛନ୍ତି। ସ୍ଥାନୀୟ ଜନସାଧାରଣ ତଥା ଦୂର ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନ ଉକ୍ତ ଫାଇଭଟି ଯୋଜନା ର କାମକୁ ଦେଖି ତଦନ୍ତ ପାଇଁ ଦାବି କରୁଛନ୍ତି। ପାଇକମାଳ ଓ ପଦ୍ମପୁର ର ସଚେତନ ନାଗରିକ ମହଲରେ ଉକ୍ତ ନୃସିଂହନାଥ ର ଫାଇଲଟି କାମକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ଗୁରୁତ୍ବ ଦେଇ ତଦନ୍ତ କରିବାକୁ ଜନସାଧାରଣ ରେ ଦାବି ଉଠିଛି ଯାହାକୁ ନେଇ ଯୁବନେତା ପ୍ରିତେଶ ବହିଦାର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀ ଙ୍କ ଠାରେ ତଦନ୍ତ କରିବାକୁ ଦାବି ଜଣାଇବେ ବୋଲି ସୂଚନା ଦେଇଛନ୍ତି।

 

ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ ଙ୍କ ରିପୋର୍ଟ (ଉପାନ୍ତ ଖବର)