କୁବେଡେଗା ପଞ୍ଚାୟତ ଅଫିସରେ ୪୯ ତମ ରକ୍ତଦାନ ଶିବିର-
ବରଗଡ଼(ସୁରେନ୍ଦ୍ର କଠାର) ୪୯ ତମ ସ୍ବେଚ୍ଛାକୃତ୍ ରକ୍ତଦାନ ଶିବିର ଅମୃତ୍ କୁଟୁମ୍ ଆର୍ କୁବେଡେଗା ଗ୍ରାମ୍ ପନଚେତ୍ ସରପଞ୍ଚ୍ ଶ୍ରିମାନ୍ ଜନ୍ମ ମିଶ୍ର ତଥା ପନଚେତ୍ ବାସିଙ୍କର୍ ମେଲନ୍ ମେସନ୍ ରେ କୁବେଡେଗା ଗ୍ରାମ୍ ପନଚେତ୍ ଅଫିସ୍ ଠାନେଁ ସକାଲର୍ ୧୦ ବଜେ କେ ଆୟୋଜିତ୍ ହେଇଥିଲା। ଅମୃତ୍ କୁଟୁମ୍ ସଭାପତି ଶ୍ରିମାନ୍ ଆନନ୍ଦ ଚନ୍ଦ୍ର ସୁନାଙ୍କର୍ ସଭାପତିତ୍ବରେ ପହେଲା ସରପଞ୍ଚ୍ ଜନ୍ମ ମିଶ୍ର ଙ୍କୁ କରିଆ ପିନ୍ଧେଇଁ ସମ୍ମାନିତ୍ କରାଗଲା।ତାର୍ ଉତାରୁଁ ଡାକ୍ତର୍ ହିତେଶ୍ କୁମାର୍ ବିସି ବରଗଡ୍ ରକ୍ତ ଭଣ୍ଡାର୍ ର ଶ୍ରି ଅମରଜିତ୍ ମହାନ୍ତି ଶ୍ରି ସ୍ରିବତ୍ସ ସେଠ୍ ମହାଶଏ କୁଁ କରିଆ ପିନ୍ଧେଇଁ ସମ୍ମାନିତ୍ କରାଗଲା। ସରପଞ୍ଚ୍ ମିଶ୍ର ମହାଶଏ ରକ୍ତ ଦାନ୍ ଶିବିର୍ କେ ଫିତା କାଟି ଆନୁଷ୍ଠାନିକ ଭାବେଁ ଉଦଘାଟନ୍ କରିଥିଲେ। ଡାକ୍ତର୍ ତଥା ସରପଞ୍ଚ୍ ମହାଶଏ ନିଜର୍ ମନର୍ କଥା ପଦେ ପଦେ ରକ୍ତ ଦାନ୍ ସମ୍ପର୍କ ରେ କହେଲେ। ୪ଝନ୍ ମହେଲା କର୍ ସହେତେଁ ୨୬ଝନ୍ ପୁରସ୍ କୁ ମିସେଇଁ, ସର୍ବମୋଟ୍ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହେଲା। ବରଗଡ୍ ରକ୍ତ ଭଣ୍ଡାର୍ ର ଅମରଜିତ୍ ମହାନ୍ତି ସ୍ରିବତ୍ସ ସେଠ୍ ଭୁବନ ପଧାନ୍ କର୍ ଦ୍ବାରା ରକ୍ତ ସଂଗ୍ରହ ହେଲା।ସବା ସେସେଁ ଶ୍ରି ସୁସନଜିତ୍ ତ୍ରିପାଠି ଧନ୍ୟବାଦ୍ ଦେଇଥିଲେ। ଅମୃତ୍ କୁଟୁମ୍ ର ସଦସ୍ୟ ସଂପାଦକ ଶ୍ରି ଭିସ୍ମସିଂ ଛନ୍ଦ୍ ଶେଷଦେବ୍ କର୍ଣ ଭିମ ଦୁବସାଗର୍ ଗୋପି ମେହେର୍ ଘନସ୍ଯାମ୍ ଅଗ୍ରୱାଲ ତଥା କୁବେଡେଗା ପନଚେତ୍ ସୁଜିତ୍ ତ୍ରିପାଠି ସୁଦର୍ଶନ ବେହେରା ମିଥୁନ୍ ଭୁଏ ଆଦି ଜନସାଧାରଣ ତନ୍ ମନ୍ ଧନ୍ ଦେଇକରିଁ ସହଯୋଗ୍ କରିଥିଲେ।
