April 29, 2026

ଠିକାଦାର ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ରେ ଚାଲିଛି ଜାତୀୟ ରାଜ ପଥ କଡ଼ରେ ପାଚେରି କାମ 

IMG-20250706-WA0062
Share

 

 

 

 

କୋରାପୁଟ ଜିଲ୍ଲା କୋଟପାଡ଼ ଜାତୀୟ ରାଜପଥ କଡ଼ରେ ଚାଲିଛି ପାଚେରି କାମ। ଏହି କାମ ସ୍ଥଳରେ କୌଣସି ଯନ୍ତ୍ରୀ କିମ୍ବା ଠିକାଦାରଙ୍କ ଉପସ୍ଥିତ ରହିବା ଦେଖା ଯାଉନାହିଁ। ଆଜିକୁ କୋଡିଏ ଦିନ ହେବ ଏହି କାମ ମିସ୍ତ୍ରୀ ଏବଂ ଶ୍ରମିକ ମାନେ କରି ଚାଲିଛନ୍ତି।ସରକାରଙ୍କ କୋଟିକୋଟି ଟଙ୍କାର କାମ କୁ ତଦାରଖ କରାଯାଉନାହିଁ।ଏହା କେଉଁ ବିଭାଗ ର କାମ ତାହାର ନାମ ଫଳକ ମଧ୍ୟରୁ ନାହିଁ ବୋଲି ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି I ଏ ସମ୍ପର୍କ ରେ କାମ କରୁଥିବା ମିସ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଠିକାଦାର ରାଜଧାନୀ ରେ ଅଛନ୍ତି ସେ ଆସିଲେ ନାମ ଫଳକ ଲଗେଇବା ପାଇଁ କହିବୁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିବାର ଜଣାଯାଇଛି I ସୂଚନା ଥାଉ କି ଏଥି ପୂର୍ବ ରୁ ମଧ୍ୟ

ଓଏସଆରଟିସି ବିଭାଗ ର କାମରେ ଯନ୍ତ୍ରୀ ଠିକାଦାର ମାସକୁ ଥରେ ଆସି କାମ ଦେଖିବା ଆଳରେ ଛତିଶଗଡ଼ ଯାଇ ଅୟେସ କରି ଚାଲି ଯାଉଥିଲେ ରାଜଧାନୀ ରେ ରହୁଥିଲେ ତେଣୁ ବେଳ ଥାଉଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଜନସାଧାରଣ ରେ ଦାବି ହେଉଛି।

ଉପାନ୍ତ ଖବର କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ