April 29, 2026

ମୋହନା ଥାନା ଅନ୍ତର୍ଗତ କେଶରା ଗ୍ରାମ ନିକଟରେ ଏକ ବୃଦ୍ଧା ଙ୍କୁ ଧକ୍କା ଦେଇ ଗୁରୁତରଙ୍କୁ ଡାକ୍ତରଖାନା ସମ୍ମୁଖରେ ଛାଡି ଚାଲିଗଲା ମିନିଟ୍ରକ ଡ୍ରାଇଭର

IMG-20250706-WA0030
Share

 

 

ପାରଳାଖେମୁଣ୍ଡି:୬/୭( ଗରୁଡ ଧ୍ୱଜ ଚୌଧୁରୀ)ଗଜପତିରେ ଜଣେ ବୃଦ୍ଧା ଏକ ଟ୍ରକ ଧକ୍କାରେ ଗୁରୁତର ହୋଇଥିଲେ. ଧକ୍କା ଦେବା ପରେ ଟ୍ରକ ଡ୍ରାଇଭର ଡାକ୍ତରଖାନାରେ ଚିକିତ୍ସା କରାଇ ଦେବି କହି ଗୁରୁତରଙ୍କୁ ଟ୍ରକରେ ବସାଇ ଆଣି ଡାକ୍ତରଖାନା ବାହାରେ ଛାଡି ଚମ୍ପଟ ମାରିବା ଘଟଣା ନେଇ ମୋହନା ଥାନାରେ ଏତଲା ରୁଜୁ ହୋଇଛି. ଘଟଣାରୁ ପ୍ରକାଶ, ଗତକାଲି ଏକ ମିନିଟ୍ରକ (ଓଡି ୦୭ ୱାଇ ୦୪୩୩ ) ମୋହନା ବ୍ଲକର ଧନୁପଙ୍କା ଗ୍ରାମର ଦୁଃଖିଶ୍ୟାମ ମଲ୍ଲିକ ( ୬୭ ) ଏକ ବାଇକ ଯୋଗେ ( ଓଡି ୨୦ ବି ୮୭୯୭ ) ଜରଉ ପଞ୍ଚାୟତର ଯୁବ ଗାଁରେ ଥିବା ଶଶୁର ଘରକୁ ଯାଉଥିବା ବେଳେ ମୋହନା ଥାନା କେଶରା ଗାଁ ନିକଟରେ ଅପରପାର୍ଶ୍ଵରୁ ଆସୁଥିବା ଉପରୋକ୍ତ ମିନିଟ୍ରକ ଧକ୍କା ଦେଇଥିଲା. ଏହାପରେ ଅଞ୍ଚଳବାସୀ ଏହାର ପ୍ରତିବାଦ କରିବାରୁ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇବି ବୋଲି ଗୁରୁତରଙ୍କୁ ଟ୍ରକ ରେ ବସାଇ ସେଠାରୁ ଆଣିଥିଲେ. ମୋହନା ଡାକ୍ତର ଖାନା ସମ୍ମୁଖରେ ଟ୍ରକଟି ପହଞ୍ଚିବା ପରେ ଡ୍ରାଇଭର ଗୁରୁତରଙ୍କୁ ଡାକ୍ତରଖାନା ସାମ୍ନାରେ ଛାଡି ଚାଲି ଯାଇଥିଲେ. ଅଞ୍ଚଳ ବାସୀ ଓ ଡାକ୍ତରଖାନା କର୍ମଚାରୀ ଗୁରୁତରଙ୍କୁ ଦେଖି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ. ଏହି ଘଟଣାରେ ମେଡିକାଲ ପକ୍ଷରୁ ଥାନାରେ ଏକ ଏତଲା ଦିଆଯାଇଥିବା ଡାକ୍ତର କହିଛନ୍ତି. ପୋଲିସ ଘଟଣାର ତଦନ୍ତ କରିବା ସହ ଏଭଳି ଅମାନୁଷିକ ଘଟଣା ଘଟାଇ ଥିବା ଚାଳକର ସନ୍ଧାନ କରୁଥିବା ସୂଚନା ମିଳିଛି.

You may have missed