October 5, 2024

ବିଦ୍ୟାଳୟ ପରିସରରେ ୭୫ ତମ ବନମହୋତ୍ସବ ସପ୍ତାହ ପାଳନ…

Share
  1. ମୋହନା — ବନ ମହୋତ୍ସବ ଅବସରରେ ମୋହନା ଜର୍ଣ୍ଣାଲିଷ୍ଟ ୟୁନିୟନ ତଥା ମୋହନା ସାମ୍ବାଦିକ ସଂଘ ପକ୍ଷରୁ ମୋହନା ବ୍ଳକ ଅନ୍ତର୍ଗତ ମେରାପଲ୍ଲୀ ହାଇସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୋହନା ସାମ୍ବାଦିକ ସଂଘ ସଭାପତି ଅଶ୍ବିନୀ କୁମାର ପାତ୍ର ଙ୍କ ସଭାପତିତ୍ବରେ ମୋହନା ବନବିଭାଗ ସହାୟତା ରେ ଆୟୋଜିତ “ମାଁ ଙ୍କ ନାମରେ ଗୋଟିଏ ଗଛ” କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜିବ ଦାସ ଯୋଗ ଦେଇ ବୃକ୍ଷ ରୋପଣ ର ମହତ୍ୱ ଉପରେ ବୁଝାଇଥିଲେ । ସମ୍ମାନୀତ ଅତିଥି ଭାବେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ବିଷୋୟୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଜୟ କୁମାର ପଣ୍ଡା, ମୋହନା ବାର ଆସୋସିଏସନ୍ ସଭାପତି ଆଇନଜୀବି ସନ୍ତୋଷ କୁମାର ପାଢ଼ୀ, ସ୍ଥାନୀୟ ମେରାପଲ୍ଲୀ ସରପଞ୍ଚ ଗଜସୁନ୍ଦର ଜାନୀ ଙ୍କ ସମେତ ମେରାପଲ୍ଲୀ ଗ୍ରାମର ମାତୃ ମଣ୍ଡଳୀ ଓ ୱାର୍ଡ ସଭ୍ୟ ମାନେ ଯୋଗ ଦେଇ ବିଭିନ୍ନ ଫଳନ୍ତି ବୃକ୍ଷ କୁ ବିଦ୍ୟାଳୟ ପରିସର ମଧ୍ୟରେ ରୋପଣ କରିଥିଲେ । ଏହି ଅବସରରେ ଯୋଗଦେଇଥିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ଓ ତାର ଯତ୍ନ ନେବା ଉଦ୍ଦେଶ୍ୟରେ ବିଦ୍ୟାଳୟ କୁ ଏକ ସବୁଜ ସୁନ୍ଦର ପରିବେଶ ଆତ୍ସାଦିତ କରିବାକୁ ପରାମର୍ଶ ଦେଇଥିଲେ । ମୋହନା ସାମ୍ବାଦିକ ସଂଘର ସଂପାଦକ ମିହିର ଯୋତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଉପସଭାପତି ମନ୍ନଥ ମିଶ୍ର, ସହ-ସମ୍ପାଦକ ପିଣ୍ଟୁ ପ୍ରଧାନ, କୋଷାଧ୍ୟକ୍ଷ ମୁକ୍ତିମଣ୍ଡପ ଦଣ୍ଡସେନା , ସାମ୍ବାଦିକ ସୋନି ବେହେରା, ତ୍ରିପତି ରତ୍ନ ବିଷୋୟୀ, ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ସାମ୍ବାଦିକ ଜିତେନ୍ଦ୍ର ବେହେରା ଓ ସାଙ୍ଗଠନିକ ସମ୍ପାଦକ ପ୍ରେମାନନ୍ଦ ପୁଜାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।