May 14, 2026

ସାଧାରଣ ସେବକର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ,ପୁରୀ ବଡ଼ ଦାଣ୍ଡରେ ହାତରେ ଧରିଲେ ଝାଡୁ

IMG-20240706-WA0024
Share

 

 

 

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ବଡ଼ ଦାଣ୍ଡରେ ରଥ ଯାତ୍ରା ଅବ୍ୟବହିତ ପୂର୍ବରୁ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ସ୍ବଚ୍ଛତା ଓ ପରିଚ୍ଛନ୍ନତାର ବାର୍ତ୍ତା ଦେଇଛନ୍ତି।

 

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଝାଡୁ ଧରି ବଡ଼ ଦାଣ୍ଡ ଉପରୁ ଅଳିଆ ସଫା କରିଥିଲେ। ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍, ସାଂସଦ ଓ ବିଧାୟକ ମାନେ ଉପସ୍ଥିତ ଥିଲେ।

 

ମହାପ୍ରଭୁଙ୍କ ବଡ଼ଦାଣ୍ଡ ଉପରେ ରଥରେ ଯିବା ପୁର୍ବ ଦିନ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସମସ୍ତଙ୍କୁ ସଚେତନ କରିବାରେ ଏକ ବଡ଼ ଉଦାହରଣ। ଏହି ଅବସରରେ ସମସ୍ତେ ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ସହିତ କେହି ଜଣେ ମଧ୍ୟ ପ୍ଲାଷ୍ଟିକ(ଜରି)ବ୍ୟବହାର ନ କରିବାକୁ ମୁଖ୍ୟମନ୍ତ୍ରୀ ଜନ ସାଧାରଣଙ୍କୁ ନିବେଦନ କରିଥିଲେ।

 

ଏହି କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହିତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ ଯୋଗ ଦେଇଥିଲେ।