October 5, 2024

ଅସରାଏ ବର୍ଷାରେ ବେହାଲ ଗୁଣୁପୁର ସହର

Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଜି ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ପ୍ରାୟ ୧ ଘଣ୍ଟା ଧରି ପ୍ରବଳ ବର୍ଷା ହେବାରୁ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା । ଅନେକ ଗଳି ରେ ଡ୍ରେନେଜ ବ୍ୟବସ୍ଥା ନ ଥିବା, ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା, ରାସ୍ତା ନିର୍ମାଣ ଚାଲୁ ରହିଥିବା କାରଣରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜମି ରହିଥିଲା । ଫଳରେ ପ୍ରାୟ ସମୟ ଧରି ଲୋକେ ଜଳବନ୍ଦୀ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ନୀଳାଦ୍ରି ବିହାର, ବଳରାମ ନଗର ଅଞ୍ଚଳ ର ବିଭିନ୍ନ ଗଳି,ବାଇପାସ ଛକ ପ୍ରଭୃତି ସ୍ଥାନରେ ପାଣି ଜମି ରହିଥିଲା । ଆଉ କେତେକ ସ୍ଥାନରେ ନର୍ଦ୍ଧମା ଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଗାଁ ଗହଳିରେ ମଧ୍ୟ ପକ୍କା ରାସ୍ତା ନ ଥିବାରୁ ମାଟି ଧୋଇ ହୋଇ ବିରାଟ ବିରାଟ ଖାଲ ଖମା ସୃଷ୍ଟି ହୋଇଛି । ତେବେ ଆସନ୍ତା କାଲି ଠାରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ତେଣୁ ପୌର ପରିଷଦ ଏଥିପ୍ରତି ସଜାଗ ହେବାକୁ ଦାବୀ ହେଉଛି । ଗ୍ରାମାଞ୍ଚଳରେ ପଞ୍ଚାୟତ କିମ୍ବା ବ୍ଲକ୍ ସ୍ତରରେ ପ୍ରତ୍ୟେକ ସାହି କୁ ପକ୍କା ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।