September 13, 2026

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

572c7626-9ff5-4171-b006-e7d986fe205b
Share

ପାରଳାଖେମୁଣ୍ଡି:୬/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଗୁ ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପାରଳାଖେମୁଣ୍ଡି ବନାଞ୍ଚଳ ଠାରୁ ପାଇଥିବା ବହୁ ମୂଲ୍ୟବାନ ଗଛ ଗୁଡିକର ଚାରା ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ରୋପଣ କରିଛନ୍ତି ଭାରପ୍ରାପ୍ତ ଆ. ଇ. ପି ସୁରେନ୍ଦ୍ର ପାତ୍ର ଓ ଭାରତ ସ୍କାଉଟ୍ସ ଗାଇଡ଼ସର ସହାୟତା ରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସେକ୍ସନ ଅଫିସର ଗାମିଏଲ ରଇତ, ସି. ଏଚ ବଇକୁଣ୍ଠ ରାଓ,ଦୁର୍ଗା ମାଧବ ପାଢ଼ୀ, ସନ୍ଧ୍ୟା ରାଣୀ ଦାସ ପ୍ରମୁଖ ସହଯୋଗ କରିଥିଲେ|