March 11, 2026

ନୀଳଗିରିରେ ହାତୀପଲଙ୍କ ଆତଙ୍କ …

IMG-20250506-WA0031
Share

 

ନୀଳଗିରି ( ଦେବାଶିଷ ଦାଶ )

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଅଦିନିଆ ପଶି ଆସିଲେ ଝାଡଖଣ୍ଡ ହାତୀପଲ।ଗତକାଲି ରାତିରେ ବାଲେଶ୍ୱର ସୀମାନ୍ତ ମୟୁରଭଞ୍ଜ ନଡ଼ପୁର ଜଙ୍ଗଲ ହୋଇ ସୋନନନ୍ଦୀ ପାର ହୋଇ କାଠପାଳ ଦେଇ ନୀଳଗିରି ସଂରକ୍ଷିତ ଜଙ୍ଗଲ ରେ ପଶିଛନ୍ତି।ଏବେ ଧାନ ଫସଲ ନଥିବା ବେଳେ ଗାଁକୁ ପଶି ଉପଦ୍ରଵ କରିବା ସହ ଘର ଭାଂଗିବା ନେଇ ଆଶଙ୍କା ରହିଛି।ଏନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି ,

ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଚାଷ ସମୟରେ ହାତୀ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲେ ମଧ୍ୟ ଚାଷୀ ର ମେରୁଦଣ୍ଡ ଭାଙ୍ଗି ପଡ଼ିଛି ,

ଏବେ ଅଦିନ ସମୟ ରେ ହାତୀ ଆସି ଫସଲ ନଥିବାରୁ ଘରେ ଘରେ ପଶି ବ୍ୟାପକ କ୍ଷୟକ୍ଷତି କରିବା ର‌ ଆଶଙ୍କା ରହିଛି,

ଖବର ଲେଖା ହେବା ବେଳକୁ ହାତୀ ର ଗତି ବିଧି ଉପରେ ଫୋରେଷ୍ଟର ଓ ସ୍ଥାନୀୟ ଲୋକେ ଲକ୍ଷ ରଖି ଥିବା ର ଦେଖିବାକୁ ମିଳିଛି।।