ଶ୍ରୀ ଲକ୍ଷ୍ମୀନୃସିଂହ ଯାତ୍ରା ପାଳିତ
ଶ୍ରୀ ଲକ୍ଷ୍ମୀନୃସିଂହ ଯାତ୍ରା ପାଳିତ
କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ପ୍ରତାପ କୃଷ୍ଣଚନ୍ଦ୍ରପୁର (କାଉଗତ) ଗାଁ ଲୋକଙ୍କ ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ଶନିବାର ଦିନ ମହାଆଡ଼ମ୍ବର ସହ ଭକ୍ତିମୟ ପରିବେଶରେ ଶୁଭାରମ୍ଭ ହୋଇଛି । ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ସକାଶେ ସୁ ଊଚ୍ଚ ତୋରଣ, ରଙ୍ଗ ବେରଙ୍ଗର ସହ ଅଲୋକମାଳାରେ ସାରା ଗାଁ ଝଲସି ଉଠିଥିଲା । ଯାତ୍ରା ଦେଖିବା ସକାଶେ ପ୍ରବଳ ଜନସମାଗମ ଲାଗି ରହିଥିଲା । ବିଳମ୍ବିତ ରାତିରେ ପ୍ରଭୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ବସାଇ ବାଦ୍ୟ ବାଜଣା ଓ ପଟୁଆରରେ ନଗର ପରିକ୍ରମା କରାଯାଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଭୋଗ ଅର୍ପଣ କରି ପ୍ରଭୁଙ୍କୁ କୃପା ଭିକ୍ଷା କରିଥିଲେ। ସେହିପରି ଶୁକ୍ରବାର ସନ୍ଧ୍ୟାରେ ମସିହାଖାଲି ସରପଞ୍ଚ କାପଲ ବୁଲୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳିତ କରି ରାମାୟଣ ନାଟକଙ୍କ ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି କୁକୁଡ଼ାଖଣ୍ତି ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ, ଉପ ସଭାପତି ରବିନ୍ଦ୍ର ମହାରଣା, ମସିହାଖାଲି ପଞ୍ଚାୟତ ସଭାପତି ପର୍ଶୁ ପ୍ରଧାନ, ବ୍ଲକ ଯୁବ ସଂପାଦକ ସଞ୍ଜୟ ଶତପଥି, ଗାଁ ପରିଚାଳନା କମିଟିର ସଭାପତି ଦାରା ପ୍ରଧାନ, ଗ୍ରାମ ସଂପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଆର୍.ଡାକ ,ପୂର୍ବତନ ସରପଞ୍ଚ ଏସ. ଦଣ୍ଡପାତ୍ର, ଅର୍ଜୁନ ଗୌଡ଼, କାଳୁ ପ୍ରଧାନ, ମନୋରଞ୍ଜନ ପଟ୍ଟନାୟକ, ବାବୁଲା ପଣ୍ଡା, ମୁନା ପ୍ରସାଦ ପାଢ଼ୀ, ଜାଗିଲି ଗୌଡ଼,କେ.ହିନ, ବି.ନାର୍ସିଙ୍ଗିଲୁ,ପଞ୍ଚୁ ପ୍ରଧାନ,କେ.ସୁଦାମ, ତ୍ରିନାଥ ପଲେଇଙ୍କ ସମେତ ବହୁ ଗ୍ରାମବାସୀ ଓ ଶାନ୍ତି କମିଟି ଯୋଗଦେଇ ଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ