April 18, 2025

ଶିଶୁ ବାଟିକା ପକ୍ଷରୁ “ଘର ହିଁ ବିଦ୍ୟାଳୟ” କାର୍ଯ୍ୟକ୍ରମ 

Share

ବୁଗୁଡ଼ା : ତା ୦୬/୦୪/୨୫ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ “ଘର ହିଁ ବିଦ୍ୟାଳୟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ସଦସ୍ଯା ମଧୁସ୍ମିତା ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ଭାଗ ଶିଶୁବାଟିକା ନିରୀକ୍ଷକ ଅରୁଣ କୁମାର ବାଗ୍ ଓ ସମ୍ମାନିତା ଅତିଥି ଭାବେ ସମିତି ସଦସ୍ୟା ସୁଲୋଚନା ଡାକୁଆ ଯୋଗ ଦେଇ ସମଗ୍ର ଶିକ୍ଷାରେ ପରିବାରର ଭୂମିକା ସମ୍ପର୍କେ ଆଲୋକପାତ କରିଥିଲେ । ପ୍ରଧାନାଚାର୍ଯ୍ଯ ଆଟଲ ଲିଙ୍ଗରାଜ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିଶୁ ବାଟିକା ପ୍ରମୁଖ ମମତା ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅରୁଣ ,ଉଦୟ ଓ ପ୍ରଭାତ ଶ୍ରେଣୀ ଶିଶୁଙ୍କ ମାଆମାନେ ଉପସ୍ଥିତ ରହିଥିଲେ । ଏ ଅବସରରେ ଶିଶୁଙ୍କ ସୁଷମ ଖାଦ୍ୟ ଏବଂ ଶୈକ୍ଷିକ ଉପକରଣ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଗୁରୁମା ପାପା ବିଷୋୟୀ ବନ୍ଦନା ଏବଂ ଯସ୍ମିନ ରାଣୀ ଦାଶ ବ୍ଯକ୍ତିଗତ ସଙ୍ଗୀତ ଗାନ କରିଥିବା ବେଳେ ଶିଶୁ ଭଉଣୀ ସ୍ମୃତି ସ୍ବରୂପା , ଶ୍ରୀୟାଂଶି ସାବତ ,ସାଗରିକା ପଟ୍ଟନାୟକ ଓ ଲିପ୍ସାରାଣୀ ପ୍ରଧାନ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୁରୁମା ସୁଜାତା ମହାପାତ୍ର , ଅର୍ଚ୍ଚନାମୟୀ ଦଳବେହେରା , ରାକ୍ଷୀ ସ୍ବାଇଁ ଓ ଟିକିନା ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

You may have missed