November 23, 2024
Share

 

୧-ସର୍ବେକ୍ଷଣ ରିପୋର୍ଟ: ସରକାରୀ ସେବାରେ ୭୦%ଓଡିଶାବାସୀ ସନ୍ତୁଷ୍ଟ, ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଚାହାନ୍ତି ୬୬% ଜନତା।

୨-ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା:୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଘୋଷଣା ପରେ ବିଜେଡି ପ୍ରାର୍ଥୀ ତାଲିକା ୧୦୮ରେ ପହଞ୍ଚିଛି।

୩-ଭୁବନେଶ୍ୱର : ଜଳୁଛି ରାଜଧାନୀ। ଶୁକ୍ରବାର ଦିନ ସାଢେ ୨ଟା ସୁଦ୍ଧା ଦିନ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବା ରେକର୍ଡ।

୪-ରାଜ୍ୟରେ ୭ ଓ ୮ ତାରିଖରେ ବିସ୍ତୃତ ବର୍ଷା ହେବାର ସମ୍ଭାବନା,ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ବର୍ଷା ପାଇଁ ସତର୍କ ସୂଚନା ଜାରି।

୫-ନିଜେ ଲୋକଙ୍କୁ ଫୋନ କରି ରାଜ୍ୟର ବିଭିନ୍ନ ଜିଲ୍ଲାର ବିକାଶମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୬-ଆଜି ଯାଜପୁରର ପ୍ରସିଦ୍ଧ ବାରୁଣୀ ସ୍ନାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ।

୭-ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ:ଶୁଭଙ୍କର ମହାପାତ୍ରଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦେଶକ ଭାବେ ନିଯୁକ୍ତ ହୋଇଥିବାବେଳେ ସମର୍ଥ ବର୍ମା ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ।

୮-ଏଣିକି ସ୍କୁଲ ସମୟରେ ୩ ଥର ହେବ ଜଳପାନ ବିରତି,ପାଣି ପିଇବେ ଛାତ୍ରଛାତ୍ରୀ।

୯-ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଚାଲିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ।

୧୦-ରାୟଗଡ଼ା:ଭତ୍ତା ଟଙ୍କା ଆଣିବାକୁ ନାତିର ଅଭିନବ ପ୍ରୟାସ, ଖଟରେ ଚକ ଲଗାଇ ଜେଜେମା’ଙ୍କୁ ନେଲେ ୨୨ କିମି।

୧୧-କଟକ ଜିଲାପାଳ ହେଲେ ଅରିନ୍ଦମ ଡାକୁଆ, ଜଗତସିିଂହପୁର ଜିଲାପାଳ ଭାବେ ଅନୁପମ ଶାହାଙ୍କୁ ମିଳିଲା ନିଯୁକ୍ତି।

୧୨-କେନ୍ଦୁଝରଗଡ଼:ବଳଦେବଜୀଉ ମନ୍ଦିର ହୁଣ୍ଡି ଦାନ ଅର୍ଥ ଚୋରୀ ମାମଲା, ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ଜାରି କଲା ପୁଲିସ।

୧୩-କଟକର ନୂତନ DCP ଭାବେ ଦାୟୀତ୍ବ ନେଲେ ପ୍ରକାଶ ଆର।

୧୪-ଆଳି ଥାନା ଅନ୍ତର୍ଗତ ଗଡ଼ଗଡ଼ି ସେତୁ:ପାରିବାରିକ କଳହର କରୁଣ ପରିଣତି, ୯ ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲା ମାଆ।

୧୫-କମିଶନରେଟ ପୋଲିସ କବଜାରେ ୪ ଡକାୟତ, ୯ ଲକ୍ଷରୁ ଅଧିକ ଟଙ୍କା ଜବତ।

୧୬-ସିଲାବସ୍ ବଦଳାଇଲେ NCERT, ପାଠ୍ୟପୁସ୍ତକରୁ ହଟିଲା ବାବ୍ରୀ ମସଜିଦ ବିଧ୍ୱଂସର ଉଦାହରଣ, ଯୋଡା ହେଲା ରାମଜନ୍ମଭୂମି ଆନ୍ଦୋଳନ।

୧୭-ଏଣିକି ୟୁପିଆଇ ମାଧ୍ୟମରେ ଏଟିଏମରେ ନଗଦ ଟଙ୍କା ଜମା କରିହେବ, ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା।

୧୮-କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି: ଘୋଷଣା ପତ୍ରରେ ୫ ନ୍ୟାୟ ଓ ୨୫ ଗ୍ୟାରେଂଟି ଦେଲା ଦଳ।

୧୯-ସପ୍ତମ ଥର ପାଇଁ ୬.୫%ରେ ରେପୋରେଟ୍ ଅପରିବର୍ତ୍ତିତ ରଖିଲା RBI।

୨୦-IPL 2024: ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ୱିକେଟରେ ହରାଇଲା ହାଇଦ୍ରବାଦ।