March 8, 2026

ଗଣମାଧ୍ୟମରେ ପ୍ରକାଶ ହେଲା ପରେ ମଧ୍ୟ କେନାଲ ମରାମତି ହେଉନି..

IMG-20260306-WA0027
Share

 

କୋଲନାର(ସଞ୍ଜୀବ କୁମାର କଣ୍ଡାଗରୀ)ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ର ଚାଷୀ ମାନେ ବହୁବାର ଜମିରେ ପାଣି ସମସ୍ୟା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଗୁହାରି କଲେ ମଧ୍ୟ ଫଳ ଶୂନ ବୋଲି ଅଭିଯୋଗ ହୋଇଛ।ଗଣ ମାଧ୍ୟମରେ ବାରମ୍ବାର ପ୍ରକାଶ ହେଉଥିଲେ ମଧ୍ୟ ବ୍ଲକ ପ୍ରଶାସନ କର୍ଣ୍ଣପାତ କରୁନଥିବା କହିଛନ୍ତି।କିଛି ଦିନ ପୂର୍ବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦେଖା କରି ଜଣେଇବାରୁ ମୁଁ କେନାଲ ମରାମତି ପାଇଁ ଦୁଇ ଲକ୍ଷ ଟଙ୍କା ରଖିବି କହି ମନ କୁ ବୁଝେଇ ଫେରେଇ ଦେଇଥିଲେ।ଏକ ବର୍ଷ ହେବ ଆଜି ପର୍ଯ୍ୟନ୍ତ କେଉଁ କେନାଲ ମରାମତି ହୋଇ ପାରିଲା ନାହିଁ।କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ନିକଟସ୍ଥ ବାଡିସଲା ଗ୍ରାମରେ ପ୍ରାୟ ଦୁଇ ଶହ ଏକର ଜମି ଚାଷ ହେଉଅଛି।ପ୍ରତିବର୍ଷ ରାଜସ୍ବ ବିଭାଗ ତରଫରୁ ରାଜସ୍ୱ ଆଦାୟ କରାଯାଉଥିବା ବେଳେ ଚାଷୀ ମାନେ ବହୁ ଦୁଃଖ କଷ୍ଟରେ ରାଜସ୍ୱ ଦେଉଥିବା ଅଭିଯୋଗ କରିଛନ୍ତି। ଯେଉଁ ଦୁଇ ଶହ ଏକର ଜମି ମିନାଝୋଲା,ବାଡିସଲା, ତାଣ୍ଡିକୋଣା ତିନି ଖଣ୍ଡ ଗ୍ରାମର ଚାଷୀ ମାନେ ରାଜସ୍ୱ ଦେଉଛନ୍ତି। କିନ୍ତୁ ଆଜକୁ ଦୀର୍ଘ ୨୦ ବର୍ଷ ହେବ ନା ମରାମତି ହେଉଛି ନା ପଙ୍କ ଉଦ୍ଧାର ହେଉଛି।ଫଳରେ ଚାଷୀ ମାନେ ଚାଷ କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ସମସ୍ୟା ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ବାଙ୍କିଲି ଜୀବନ ଜେନା,ଏ ଡି ଓ ବାଙ୍କିଲି କବିତା ମହାକୁଡ଼ ଙ୍କୁ ଯୋଗା ଯୋଗ କରିବାରୁ ସେହି ଅଧିକାରୀ ମାନେ ଅତି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ କହିଥିଲେ।କେନାଲ ମରାମତି କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଲନରା ଙ୍କୁ ପଚାରି ବୁଝିବାରୁ ସେ କହିଲେ କି ମୁଁ ତଦନ୍ତ କରିବାକୁ ଯିବି ବୋଲି କହିଥିଲେ। ବର୍ଷା ନ ହେବା ଆଗରୁ ଚେକଡେମ ସହ କେନାଲ ମରାମତି ନ ହେଲେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିବୁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।