ସମବାୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଗଞ୍ଜାମର ପ୍ରାୟ 5 ଲକ୍ଷ ପଞ୍ଜିକୃତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ
ବ୍ରହ୍ମପୁର, 6 /3 : ଚଳିତ ବର୍ଷ ଗଂଜାମ ଜିଲ୍ଲାରେ 1ଲକ୍ଷ 56 ହଜାର ଚାଷୀ ପଞ୍ଜିକରଣ କରିଥିବା ବେଳେ 1 ଲକ୍ଷ 47 ହଜାର ଚାଷୀଙ୍କ ଧାନ କିଣାଯାଇଛି । 1 ଲକ୍ଷ 47 ହଜାର ଚାଷୀଙ୍କ ଠାରୁ ମାତ୍ର 54 ଲକ୍ଷ କିଣ୍ଟାଲ ଧାନ କିଣାଯାଇଥିବା ବେଳେ ଗତ ବର୍ଷ 1 ଲକ୍ଷ 29 ହଜାର ଚାଷୀଙ୍କ ଠାରୁ 58 ଲକ୍ଷ କ୍ଲିଣ୍ଟାଲ ଧାନ କିଣାଯାଇଥିଲା । ଗତ ବର୍ଷ ଚାଷୀମାନେ ସେହି ଜମିର ପଞ୍ଜିକରଣ କରି ଯେତିକି ପରିମାଣ ଧାନ ବିକିବାକୁ ଟୋକେନ୍ ଆସିଥିଲା । ଚଳିତ ବର୍ଷ ସେହି ଜମିକୁ ପଞ୍ଜୀକରଣ କରି ସୁଦ୍ଧା ଅଧିକାଂଶ ଚାଷୀଙ୍କ 10 ରୁ 20 ଜିଣ୍ଟାଲ ପର୍ଯ୍ୟନ୍ତ କମ୍ ପରିମାଣ ଆସିଥିବାରୁ ଚାଷୀମାନେ ବାଧ୍ୟ ହୋଇ ବେପାରୀଙ୍କୁ ଅଧା ଦରରେ ବିକି କ୍ଷତି ସହୁଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ସମବାୟ ଅଧିକାରୀ ଏ ବିଷୟରେ କିଛି କରିପାରିବୁ ନାହିଁ ବୋଲି କହି ହାତ ଟେକି ଦେଉଛନ୍ତି । ଚଳିତ ବର୍ଷ ପ୍ରାୟ 5 ହଜାର ଚାଷୀ ପଞ୍ଜିକରଣ କରିସୁଦ୍ଧା ତାଙ୍କର ଟୋକେନ ଆସି ନଥୁବାରୁ ସେମାନେ ଧାନ ବିକିବା ପାଇଁ ଅର୍ନେଇ ବସିଛନ୍ତି । ଯୋଗାଣ ଓ ସମବାୟ ଅଫିସ୍? ଧାଇଁ ଧାଇଁ ଖର୍ଚ୍ଚାନ୍ତ ହୋଇ ହଇରାଣ ହେଉଛନ୍ତି । ଗରିବ ଚାଷୀଙ୍କ ଦୁଃଖ ବୁଝିବାକୁ କିଏ ନାହାଁନ୍ତି । ଚଳିତ ବର୍ଷ ଧାନ ଜୁନ୍ ମାସରେ ରୁଆ ହେଲା । ତା’ ପରେ ଚାଷୀମାନେ ପଞ୍ଜିକରଣ କଲେ । ସେପ୍ଟେମ୍ବର ମାସରେ ରାଜସ୍ବ ଅଧିକାରୀ ଏବଂ କୃଷି ଗ୍ରାମ ସେବକ ମିଶି ତଦନ୍ତ କରି ସେହି ଜମିରେ ଧାନ ରୁଆ ହୋଇଛି ବୋଲି ରିପୋର୍ଟ ଦେଇଛନ୍ତି । ସେହି ଚାଷୀଙ୍କ ପଞ୍ଜିକରଣ କଟିଲା କେମିତି, କିଏ କାଟିଲା ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି । ସେଟ୍ଲାଇଟ୍ ସର୍ଭେରେ କଟିଲା ବୋଲି ସମବାୟ ଅଧିକାରୀ କହୁଛନ୍ତି । ମାତ୍ର ପ୍ରକୃତ ଧାନ ଚାଷ କରିଥିବା ଜମି ଗୁଡ଼ିକ ସମବାୟ ଅଧିକାରୀମାନେ ଜାଣିଶୁଣି କମ୍ ଟାର୍ଗେଟ୍ ଆସିବ ବୋଲି କଟେଇଛନ୍ତି ବୋଲି ସରପଞ୍ଚ ନିରଞ୍ଜନ ପ୍ରଧାନ ଏବଂ ଚାଷୀମାନେ ଅଭିଯୋଗ କରିଛନ୍ତି । ଆସନ୍ତା ସପ୍ତାହରେ ଧାନ କିଣା ସରିଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହୁଛନ୍ତି । ଦୁଃଖର ବିଷୟ ଋଷିକୂଲ୍ୟା ରୟତ ମହାସଭା ତରଫରୁ ଜିଲ୍ଲା ପ୍ରଶାସନ ଏବଂ ସମବାୟ ଅଧିକାରୀଙ୍କୁ ଏହି ସଂପର୍କରେ ଲିଖୁତ ଭାବେ ବାରମ୍ବାର ଜଣାଇଲେ ସୁଦ୍ଧା ଟୋକେନ୍? ବାଦ ପଡ଼ିଥିବା ଚାଷୀଙ୍କ କିପରି ଟୋକେନ୍ ଆସିବ, ସେଥିପାଇଁ ସମବାୟ ଅଧିକାରୀ ସରକାରଙ୍କୁ ଚିଠି ନ ଲେଖୁ ନୀରବ ରହିଛନ୍ତି । ଜିଲ୍ଲା କୃଷି ବିଭାଗ ତଥ୍ୟ ଅନୁଯାୟୀ ଏକର ପିଛା 30 କ୍ଵିଣ୍ଟାଲ ଧାନ ଅମଳ ହୋଇଛି, ସେଥୁରୁ ମାତ୍ର 40 ଭାଗ ଧାନ କିଣାଯାଉଛି, ପୁଣି ଜମି ତୁଳନାରେ କମ୍ ପରିମାଣ ଆସୁଛି । ଜଣେ ମଧ୍ୟ ଯୋଗ୍ୟ ଚାଷୀ ଧାନ ବିକାରୁ ବଞ୍ଚିତ ହେବେ ନାହିଁ ବୋଲି ନିଜେ ମୁଖ୍ୟମନ୍ତ୍ରୀ ବିଧାନ ସଭାରେ ଘୋଷଣା କରୁଛନ୍ତି । ମାତ୍ର କାର୍ଯ୍ୟକାରୀ କରାଯାଉ ନାହିଁ । ଏଣୁ ପ୍ରକୃତ ଚାଷୀଙ୍କ ଧାନ କିଣା ନ ଗଲେ ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ଓ ଋଷିକୂଲ୍ୟା ରୟତ ମହାସଭା ସଂପାଦକ ସିମାଞ୍ଚଳ ନାହାକ ମହାସଭା ତରଫରୁ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ସୀମାଞ୍ଚଳ ନାହାକ
ସମ୍ପାଦକ
ଋଷିକୂଲ୍ୟା ରୟତ ମହାସଭା, ଗଞ୍ଜାମ
ରବି ରଥ
ଆବାହକ
ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନ
ସମ୍ପାଦକ ମହୋଦୟ, ସଦୟ ପ୍ରକାଶନ ନିମନ୍ତେ ଅନୁରୋଧ
