ଗୁଣି ଗାରେଡ଼ି ଅଭିଯୋଗ ରେ ହତ୍ୟା କରିଥିବା ଘଟଣା ରେ ୩ ଅଭିଯୁକ୍ତ ଗିରଫ, ଏବେବି ୫ ଅଭିଯୁକ୍ତ ଫେରାର…….
ଉମରକୋଟ – ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ସେମଳ। ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବା ବଡ ବାସିନୀ ଆଦିବାସୀ ଗ୍ରାମରେ ଗତ ଫେବୃଆରୀ ୨୯ ତାରିଖ ଦିନ ଗୁଣି ଗାରେଡ଼ି ଅଭିଯୋଗରେ ଜଣେ ବୃଦ୍ଧ। ଙ୍କୁ କରା ଯାଇଥିବା। ହତ୍ୟା ଅଭିଯୋଗ ରେ ଆଜି ଉମରକୋଟ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଲ୍ଲେଖ ଯୋଗ୍ୟ ଏହିକି ଯେ ଗତ ଫେବୃଆରୀ ମାସ ୨୯ ତାରିଖ ରାତି ପ୍ରାୟ ୯ ଟା ସମୟ ରେ ବଡ ବାସିନୀ ଆଦିବାସୀ ଗ୍ରାମ ର ଚମରିନ ଭତ୍ର।ଙ୍କୁ ଗୁଣି ଗାରେଡ଼ି କରୁଥିବ। ଅଭିଯୋଗ କରି ସେହି ଗ୍ରାମ ର ମୋଟ ୮ ଜଣ ମିଶିକି ଠେଙ୍ଗା ଓ ଟାଙ୍ଗିଆ ରେ ଆକ୍ରମଣ କରି ଥିଲେ। ଫଳରେ ଘଟଣ। ସ୍ଥଳରେ ହିଁ ଚମରିନ ଙ୍କ ର ମୃତ୍ୟୁ ହୋଇଥିଲା। ଏପରି କି ଚମରିନ ଙ୍କ ପୁଅ ଓ ଝିଅ କୁ ମଧ୍ୟ ଆକ୍ରମଣ କରିବା ପାଇଁ ଅଭିଯୁକ୍ତ ମାନେ ପଛାଇ ନ ଥିଲେ। ତେବେ ଘଟଣା ଘଟିବା ପରେ ୮ ଅଭିଯୁକ୍ତ ଫେରାର ଥିଲେ। ସେମାନଙ୍କ ମଧ୍ୟରୁ ୩ ମହିଳା ବି ଅଛନ୍ତି। ନିଜେ ଉମରକୋଟ ଆଇଆଇସି ଡମ୍ବରୁ ଧର ପ୍ରଧାନ ତଦନ୍ତ ଦାୟିତ୍ଵ ରେ ରହି ପୋଲିସ ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ରଙ୍କ ନେତୃତ୍ବ ରେ ଏକ ଟିମ ଗଠନ କରିଥିଲେ।
ଆଜି କଳାହାଣ୍ଡି ମୋଟେର ନିକଟ ରୁ ୩ ଅଭିଯୁକ୍ତ ମୋହନ ଗଣ୍ଡ, ୨୮ ବର୍ଷ, କମଲ
ଭତ୍ର।, ୩୦ ବର୍ଷ ଓ ଚମରୁ ଗଣ୍ଡ ୩୦ ବର୍ଷ ଙ୍କୁ ଉମରକୋଟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ଘଟିଥିବା ସ୍ଥାନରୁ ଘଟଣା ରେ ବ୍ୟବହୃତ ହେଇ ଥିବା ଠେଙ୍ଗା ଓ ଟାଙ୍ଗିଆ କୁ ମଧ୍ୟ ଜବତ କରିଛି ପୋଲିସ। ସମସ୍ତଙ୍କ ବିରୁଦ୍ଧ ରେ ୧୪୭,୧୪୮,୨୯୪, ୩୨୩, ୩୨୪, ୫୩୬, ୩୦୨, ୧୪୯ ଆଇପିସି
ଧାରା ରେ ମୋକଦ୍ଧମା ରୁଜୁ କରିଛି। ତେବେ ଅନ୍ୟ ୫ ଜଣଙ୍କୁ ପୋଲିସ ଖୋଜୁଛି ଶୀଘ୍ର ସମସ୍ତ ଅନ୍ୟ ୫ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଉମରକୋଟ ଥାନା ଆଇଆଇସି ଡମ୍ବରୁ ଧର ପ୍ରଧାନ ସୁଚନା ଦେଇଛନ୍ତି।
(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)