April 27, 2026

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଅନ୍ତଃରାଷ୍ଟ୍ରୀୟ ମହିଳା ସପ୍ତାହ ପାଳନ….

pihu
Share

ପୁରୀ , ଆଜି ଆନ୍ତର୍ଜାତୀୟ ମହିଳା ଦିଵସ ପାଇଁ ମହିଳା ସପ୍ତାହ ପାଳନ ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଅରୁଣ କୁମାର ଦାସଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟ ପରିସରରେ ପାଳନ କରାଯାଇଅଛି। ଅନୁଷ୍ଠାନର ସମସ୍ତ ମହିଳା କର୍ମଚାରୀ,ଅଧ୍ୟାପିକା, ଚିକିତ୍ସିକା,ନର୍ସ ଙ୍କ ଉପସ୍ଥିତିରେ ପ୍ରଥମେ ବୃକ୍ଷରୋପଣ କରାଯାଇ ପରେ ମହିଳା ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା, ସ୍ଵାସ୍ଥ୍ୟ ସଚେତନତା ଶିବିର କରାଯିବା ସହ ଡାବର ଇଣ୍ଡିଆ କମ୍ପାନୀ ଓ ଜାଣ୍ଡୁ କମ୍ପାନୀ ତରଫରୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା। ଏଥିରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା,ନର୍ସ,ଓ ପରିଶେଷରେ ଅଧ୍ୟକ୍ଷ ମହୋଦୟ ନାରୀ ମାନଙ୍କ ସମାଜ ଗଠନରେ ଭୂମିକା ଓ ନାରୀ ଶକ୍ତି, କନ୍ୟା ଶିଶୁଙ୍କ ଶ୍ରେଷ୍ଠତା ଉପରେ ବିଭିନ୍ନ ମତ ଵ୍ୟକ୍ତ କରିଥିଲେ।
ମହିଳା ମାନେ ସଙ୍ଗୀତ ପରିବେଷଣ ଓ କବିତା ପାଠ କରିଥିଲେ।ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସମସ୍ତ ମହିଳାମାନଙ୍କୁ ଉପହାର ପ୍ରଦାନ କରିଥିଲେ।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)