November 22, 2024
Share

ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନର ଦିବସ .ମହିଳାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖରେ ବିଶ୍ୱ ମହିଳା ଦିବସ ଭାବେ ପାଳନ କରାଯାଇଥାଏ
ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । ଏହା ସହ ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକରୁ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ .ନିଜକୁ ଆତ୍ମନିର୍ଭର କରିବା ସହିତ ଏବେ ସେ ନିଜର ହକ ଆଉ ନିଜପାଇଁ କେଉଁଟା ଠିକ ଆଉ ଭୁଲ ତାହା ବିଚାରି କାମ କରିଲାଣି . ଅବଳା ଆଉ ଦୁର୍ବଳା ନୁହେଁ ସେ ଶକ୍ତିର ସ୍ରୋତ ଆଉ ପ୍ରଗତୀର ପଥରେ ଚାଲିବା ଶିଖିଲାଣି ଏହି ମହତ୍ତ୍ଵ ଦିବସକୁ ସମ୍ମାନ ଜଣାଇ ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ପୁରୀ ପରିବାର ଦୁଇଦିନ ଧରି ଏହି ଦିବସ ପାଳନ କରିଅଛି .ରକ୍ତଦାନ ଶିବିର ଏବଂ ଯୋଗ ଶିବିର ଅନୁଷ୍ଠିତ ହୋଇ ଅଛି। ପତଞ୍ଜଳି ଶ୍ରୀଜଗନ୍ନାଥ ପରିବାରର ଗୁରୁଜୀ ସଭାପତି ସୁଚରିତା ପାଢ଼ୀ ପ୍ରଦୀପ ପ୍ରଜ୍ବଳନ ପରେ ଅତିଥି ଓ ମହିଳା ସଦଦ୍ୟା ମାନଙ୍କୁ ସମ୍ୱର୍ଦ୍ଧନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ଜରାଶ୍ରମର ମହିଳା ଅନ୍ତେବାସୀ ମାନଙ୍କୁ ସୂକ୍ଷ୍ମ ଯୋଗ ଦ୍ୱାରା କିପରି ଦିନଚର୍ଯାରେ ଖାଦ୍ୟ ଜଳ ନିଦ୍ରାକୁ ସଠିକ୍ ରୂପେ ଗ୍ରହଣ କରିବେ ଉତ୍ତମ ମାନସିକତା ହିଁ ସୁସ୍ଥ ନିରାମୟ ଜୀବନ ଚାବିକାଠି ବୋଲି ଧାରଣା ଦେଇଥିଲେ। ଶେଷରେ ମହିଳା ଅନ୍ତେବାସୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସୁ ସ୍ୱାଦୁ ପୋଡପିଠା ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା.କାର୍ଯ୍ୟକ୍ରମରେ ଅନୁଷ୍ଠାନର ବାସନ୍ତୀ ସାହୁ, ହରଷ ରାଉତ, ପୂର୍ଣିମା ରଥ, ଭୁବନେଶ୍ଵରୀ ଭୂୟାଁ, ଦେବଜାନୀ ଦାସ ସୁଷମା ବେହେରା ପଙ୍କଜିନି ସାହୁ ସଃଜୋଗ କରିଥଲେ ମମତା ସାହୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)