March 13, 2026

ବିଜୁବାବୁଙ୍କ ୧୦୭ ତମ ଜୟନ୍ତୀ ଓ ପଞ୍ଚାୟତରାଜ ଦିବସ ପାଳିତ

IMG-20230305-WA0085
Share

 

ଗୁଣୁପୁର,ରାୟଗଡା, ତା.୫.୩.୨୦୨୩.-(ସୁରେନ୍ଦ୍ର ମହାନ୍ତି )

ଓଡ଼ିଶାର ବରପୁତ୍ର, ଭୂମିପୁତ୍ର, ସ୍ୱାଧୀନତା ସଂଗ୍ରାମୀ, ଝଡର ଇଗଲ,ଓଡ଼ିଆ ଅସ୍ମିତାର ମୂର୍ତ୍ତିମନ୍ତ ପ୍ରତୀକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ପାଳିତ ହୋଇଛି । ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ବିଜେଡି ସଭାପତି ସୁଧୀର ଦାଶ ଯୋଗଦେଇ ନୂଆ ବସଷ୍ଟାଣ୍ଡ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ବାଇକ ଓ ସାଇକେଲ ଶୋଭାଯାତ୍ରାରେ ଶତାଧିକ ବିଜୁପ୍ରେମୀ ବାହାରି ନଗର ଭବନ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶା ପ୍ରତି ବିଜୁବାବୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ବିଜୁବାବୁଙ୍କ ସ୍ବପକୁ ସାକାର କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି । ତେଣୁ ସର୍ବ ସାଧାରଣ ନବୀନଙ୍କ ହାତ ମୁଠାକୁ ସଶକ୍ତ କଲେ ନିଶ୍ଚିତ ବିଜୁବାବୁଙ୍କ ସ୍ୱପ୍ନ ସାକାର ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ବିଜୁଯୁବ ଛାତ୍ର ଦଳ ସଭାପତି ବିଷ୍ଣୁ ପଣ୍ଡା, ଗୁଣୁପୁର ଯୁବ ବିଜେଡ଼ି ନଗର ସଭାପତି ରାମ ପଣ୍ଡା, ଗୁଣୁପୁର ଯୁବ ବିଜେଡି ବ୍ଲକ୍ ସଭାପତି ଭାଷା ଶତପଥୀ, ବିଜେଡି ନେତା ଅଶ୍ୱିନୀ ଗମାଙ୍ଗ, ବାବା ପ୍ରସାଦ, ଦେବୀ ଆଚାର୍ଯ୍ୟ, ଶିବ ପାଢ଼ୀ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ, ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।