February 22, 2025

କେନ୍ଦ୍ର ବଜେଟ ନୈରାଶ୍ୟ ଜନକ ଓ ସଂଘୀୟ ବ୍ୟବସ୍ତା ର ପରିପନ୍ଥୀ ..

Share

 

 

କେନ୍ଦ୍ର ବଜେଟ 25-26ଜନସାଧାରଣ ଙ୍କ ପ୍ରତି ବିଶ୍ଵାସ ଘାତକତା ଓ ଆବଶ୍ୟକତା ପୂରଣ କରିବାରେ ବିଫଳ। ଅନେକକ୍ଷେତ୍ର ରେ ଖର୍ଚ୍ଚ କରିବାରେ ସଙ୍କୁଚିତ କରାଯାଇଛି। ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଉଥିଲା ବେଳେ ରୋଜଗାର ଓ ମଜୁରି ବୃଦ୍ଧି ପାଇଁ କୌଣସି ଯୋଜନା ନାହିଁ। ଏହାର ସମାଧାନ ନ କରି ଧନୀକ ଗୋଷ୍ଟୀ ପାଇଁ ଟିକସ ହ୍ରାସ କରିଚନ୍ତି ମୋଦୀ। ଏହା ବିରୋଧରେ ଆଜି ଟ୍ରେଡ଼ ୟୁନିଅନ ସମୂହ ଓ କିଶନ ମୋର୍ଚ୍ଚା ର ମୋଚୀ ସାହି ଛକ ରୁ ଶୋଭା ଯାତ୍ରା ବାହାରି ଜିଲ୍ଲାପାଳ ଅଫିସ ରେ ବିକ୍ଷୋଭ ସହ ବଜେଟ୍ ପୁସ୍ତିକା ପୋଡ଼ା ଯାଇଛି। ସି ଆଇ ଟି ୟୁ ଜିଲ୍ଲା ସମ୍ପାଦକ ଶରତ କୁମାର ରାୟଗୁରୁ, ଜଗନ୍ନାଥ୍ ଦେଓ, ଏ ଆଇ ଟି ୟୁ ସି ର ପ୍ରଦୀପ୍ତ ମହାନ୍ତି,ବ୍ରଜ ପ୍ରଧାନ, କୃଷକ ନେତା ଭୀମ ସ୍ଵାଇଁ,କୃଷ୍ଣ ରାଉତ, ମୋହନ୍ ନାଇଡ଼ୁ, ସୁରେନ୍ଦ୍ର ଜେନା,ପୀତବାସ ବେହେରା, ହରିହର ସେନାପତି ଶିକ୍ଷା, ସ୍ୱାସ୍ଥ୍ୟ , ଗ୍ରାମୀଣ ବିକାଶ, ଓ ମନରେଗା ରେ କମ ବ୍ୟୟ ବରାଦ କରିବା ଏକ ନିଷ୍ଟର୍ ଉପହାସ।ବିମା କ୍ଷେତ୍ର ରେ 100%ବିଦେଶୀପୁଞ୍ଜି ବିନିଯୋଗ କରିବା ଅର୍ଥ ସାଧାରଣ ଲୋକଙ୍କ ଅର୍ଥ କୁ କମ୍ପାନୀ ହାତରେ

ଟେକି ଦେଇଛି, ସେତିକି ବେଳେ ଖାଦ୍ୟ ପଦାର୍ଥ ଉପରେ GST ଅପରିବର୍ତ୍ତିତ ରଖିଲେ। ଦର କମିବ ନାହିଁ।ଧନୀକ ଙ୍କ ପାଇଁ ସମ୍ପତ୍ତି କର ବସାଇବା ପାଇଁ ମୋଦୀ ନାରାଜ। ସେପଟେ ପେଟ୍ରୋଲ ଡିଜେଲ ରେ GST ଲାଗୁ କଲେନି। କୃଷୀ କ୍ଷେତ୍ର ରେ ବ୍ୟୟ ବରାଦ ହ୍ରାସକଲେ।ଚାଷୀ ଫସଲ୍ ର୍ MSP ଦେବା ବ୍ୟବସ୍ତା କଲେନୀ। ଫଳରେ କୃଷକ ଶ୍ରମିକ ଓ ଗରିବ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଉଥିଲା ବେଳେ ରୋଜଗାର ଓ ମଜୁରି ବୃଦ୍ଧି ପାଇଁ କୌଣସି ଯୋଜନା ନାହିଁ। ଓଡ଼ିଶା ପାଇଁ କୌଣସି ଆଖି ଦୃଷିଆ ଯୋଜନା ନାହିଁ। ଡବଲ ଇଞ୍ଜିନ ସରକାର୍ ନୀରବ ସେପଟେ ବିହାର ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ମୋଦୀ। ଏହା ସଂଘୀୟଗଣତନ୍ତ୍ର ପ୍ରତି ଉପହାସ। ଏହି ବଜେଟ୍ ଧନିଙ୍କ ପାଇଁ ଓ ଧନି ଙ୍କ ର ବୋଲି କହିଛନ୍ତି । ବଜେଟ୍ ଲୋକଙ୍କପାଇଁ ପରିବର୍ତ୍ତନ ନହେଲେ ଆସନ୍ତା ଦିନରେ ଗଣ ଆନ୍ଦୋଳନ ହେବ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ