March 7, 2026

ଅଦ୍ୟ ତା 6/2/2024 ରିଖ, ମଙ୍ଗଳବାର, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଶୁଭାଶିଷ୍ ଖୁଣ୍ଟିଆଙ୍କ ନେତୃତ୍ୱରେ ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ଡିଜିଟାଲ ୱାର୍କସପ୍ ଆୟୋଜନ କରାଯାଇ

uhyi
Share

ଅଦ୍ୟ ତା 6/2/2024 ରିଖ, ମଙ୍ଗଳବାର, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଶୁଭାଶିଷ୍ ଖୁଣ୍ଟିଆଙ୍କ ନେତୃତ୍ୱରେ ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ଡିଜିଟାଲ ୱାର୍କସପ୍ ଆୟୋଜନ କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନରେ ସୋସିଆଲ ମେଡିଆର ଏକ ପ୍ରମୁଖ ଭୂମିକା ଥିବାରୁ, ବିଜୁ ଯୁବ ଜନତା ଦଳ ଦ୍ୱାରା ଡିଜିଟାଲ କର୍ମକର୍ତ୍ତା ମାନଙ୍କୁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଅଛି । ଉକ୍ତ ଶିବିରରେ ପୁରୀ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, କୃଷ୍ଣଚନ୍ଦ୍ର ପଣ୍ଡା, ରବିଶଙ୍କର ପ୍ରତିହାରୀ, ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ନାରାୟଣ ସ୍ବାଇଁ, ଜୋନ ସଭାପତି ବିଜୟ କେତନ ସାହୁ, ରବିନାରାୟଣ ସାମନ୍ତରାୟ, ରଶ୍ମିରଞ୍ଜନ ଦାସ, ଅଭିନାଶ ପ୍ରଧାନ, ସାଗର ପାତ୍ର, ରୋଜାଲୀନ ନାୟକ, ଗୋପାଲ ମିଶ୍ର, ଅରୁଣୀମା ନନ୍ଦ, ସଂଧ୍ୟାରଣୀ ଭଟ, ବିକାଶ ମହାରଣା, ରାଜେଶ ତ୍ରିପାଠୀ, ମାନସ ରଞ୍ଜନ ପୃଷ୍ଟି, ଝାଂସି ରାଣୀ ମିଶ୍ର, ମୁରାରୀ ନାୟକ, ଲିପ୍ସା ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏହି ଡିଜିଟାଲ ୱାର୍କସପ୍ ରେ ଶତାଧିକ କର୍ମୀ ଅଂଶଗ୍ରହଣ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ