April 25, 2026

ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ…

uytyu7
Share

 

ବେଲଗୁଣ୍ଠା,  ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷା ମାମା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା ଯୋଗ ଦେଇଥିବା ବେଳେ ନୋଡ଼ାଲ୍ ଅଧିକାରୀ କୈଳାସ ଚନ୍ଦ୍ର ପାଢୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I ପ୍ରଶିକ୍ଷିକା ସୁରଭି ବେହେରା ଏବଂ ବର୍ଷାରାଣୀ ସ୍ୱାଇଁଙ୍କ ନେତୃତ୍ୱରେ ଛାତ୍ରୀମାନେ ଆତ୍ମ ସୁରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ I ଅଧ୍ୟାପକ ସନ୍ତୋଷ କୁମାର ବିଶ୍ଵାଳ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ I

(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)

You may have missed