ଆଜିର ଖବର…
ଆଜି ସକାଳୁ ପ୍ରଦୂଷଣ ମାତ୍ରା, ଦିଲ୍ଲୀ ୨୮୩, ଭୁବନେଶ୍ୱର ୨୩୦, କଟକ ୨୧୭, ସମ୍ବଲପୁର ୧୮୩, ବ୍ରହ୍ମପୁର ୨୪୪।
ଆଜିଠୁ ପୁଣି ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଥରାଇବ, ଉପକୂଳ ଓଡିଶାରେ ଘନ କୁହୁଡ଼ି ଭୟ। କାଲିର ତାପମାତ୍ରା ଦାରିଙ୍ଗବାଡ଼ି ୮.୫, ଝାରସୁଗୁଡ଼ା ୮.୮, ରାଉରକେଲାରେ ୯ ଡିଗ୍ରୀ।
ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅତିରିକ୍ତ କୃଷି ଅଧିକାରୀ (ଏଏଓ) ନିଯୁକ୍ତି ୨୦୨୬ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି।
ଆସନ୍ତା ୨୩ ତାରିଖରୁ ମିଳିବ ଏନଏମଏମଏସ ଆଡମିଟ୍ କାର୍ଡ, ଫେବୃଆରୀ ୧ରେ ପରୀକ୍ଷା ହେବ।
ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ, ୧୨ଟି ସ୍ଥାନରୁ ଜଳର ନମୁନା ସଂଗ୍ରହ, ୩୦ ଛାତ୍ରଛାତ୍ରୀ ପଜିଟିଭ।
ବାଲେଶ୍ବରରେ ବାୟୁ ପ୍ରଦୂଷଣ ସ୍ତର ସାଂଘାତିକ, ସନ୍ଧ୍ୟା ୬ ରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ।
ଭୁବନେଶ୍ୱରରେ ଅଳିଆ ଉଠାଇବା ପାଇଁ ଏବେ ରାଜଧାନୀବାସୀ ଟଙ୍କା ଗଣିବେ, ୟୁଜର ଫି ତାଲିକା ଜାରି କଲେ ସରକାର।
ଡାକ୍ତରଙ୍କ ଦାବୀ ପୂରଣ ନ ହେବାରୁ ଓମ୍ସା ଡାକ୍ତର ସଙ୍ଘ ପକ୍ଷରୁ ଦୈନିକ ଦୁଇଘଣ୍ଟା ଓପିଡି କାର୍ଯ୍ୟ ବନ୍ଦ ଆନ୍ଦୋଳନ।
ମୟୁରଭଞ୍ଜ ଉଦଳାରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ, ଠିକାଦାର ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ପୋଲିସ ସବ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ମାମଲାରେ ଚାର୍ଜସିଟ ଦାଖଲ କଲା ସିବିଆଇ। ୨୫ ଲକ୍ଷ ଟଙ୍କାରେ ହୋଇସାରିଥିଲା ଡିଲ୍।
କେନ୍ଦ୍ରାପଡ଼ା ରାଜନଗରରେ ମହିଳା ବିଡିଓଙ୍କୁ ବିଜେପି ନେତାଙ୍କ ଅଭଦ୍ର ବ୍ୟବହାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ।
ଆସନ୍ତା ୧୨ତାରିଖରେ ନୂଆ ଦଳ ଆରମ୍ଭ କରିବେ ସୋଫିଆ ଫିର୍ଦ୍ଦୋସଙ୍କ ବାପା ମୋକିମ। ବିଶୃଙ୍ଖଳା କରି କଂଗ୍ରେସ ଦଳରୁ ତଡା ଖାଇଥିଲେ।
ଯାଜପୁର ନେଉଳପୁରରେ ସିରିଜ୍ ଦୁର୍ଘଟଣା, କାର ଓ ମାଲବାହୀ ଟ୍ରକକୁ ଧକ୍କା ଦେଲା ଟ୍ରାକ୍ଟର।
ଜଗତସିଂହପୁର ଶିଆଳି ବେଳାଭୂମିରୁ ଚାଲିଛି ବାଲିଚୋରି। ଆଖି ବୁଜି ଦେଇଛି ପ୍ରଶାସନ।
ରାୟଗଡା ବିଷମକଟକ ବିଦ୍ୟାଳୟ ପରିସରରେ ପାଠ ପଢ଼ା ବେଳେ ସନ୍ଦେହଜନକ ଅଗ୍ନିକାଣ୍ଡ, ୪ ଜଣ ଛାତ୍ର ଗୁରୁତର।
ଭଦ୍ରକ ତିହିଡି ଛତ୍ରପଦା ଗ୍ରାମରେ ଅଗ୍ନିକାଣ୍ଡରେ ଜଳିଯାଇଛି ୨୦ରୁ ଅଧିକ ଘର, ତାସହ ୨୦ ଗୋରୁ ଓ ୧୦୦ ଛେଳି ଜୀବନ୍ତ ଦଗ୍ଧ ।
ବ୍ରହ୍ମପୁର ଗୋପାଳପୁର ପୁଲିସ ପକ୍ଷରୁ ଜୁଆ ଆଡ୍ଡା ଚଢ଼ଉ, ଜଣେ ମହିଳାଙ୍କ ସମେତ ୫ ଗିରଫ।
ପରଲୋକରେ ଯାତ୍ରା ଜଗତର ଖଳନାୟକ ଜ୍ଞାନରଞ୍ଜନ। ଭୁବନ ମେଡିକାଲରେ ଚିକିତ୍ସାଧିନ ଅବସ୍ତାରେ ତ୍ୟାଗ କଲେ ଶେଷ ନିଃଶ୍ବାସ।
ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ସରିଲା। ମାଲକାନଗିରି ଜିଲ୍ଲାର ଶହ ଶହ ଏକର ଜମି ଓ ଜଙ୍ଗଲ ବୁଡ଼ିବ। ହଜାର ହଜାର ପରିବାର ବିସ୍ଥାପିତ ହେବେ। ଶୋଇଛି ପ୍ରଶାସନ।
ଆସାମରେ ୫.୧ ତୀବ୍ରତାର ଭୂମିକମ୍ପ, ନିଦରୁ ଉଠି ଦୌଡ଼ିଲେ ଲୋକେ।
ମହାରାଷ୍ଟ୍ରର ପୌର ନିର୍ବାଚନରେ ବିଜେପି ଓ ସମର୍ଥିତ ଦଳଙ୍କ ୬୮ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଜାଲିଆତି ଅଭିଯୋଗ କଲେ ବିରୋଧୀ।
ଆତଙ୍କବାଦୀ ଉମର ଖାଲିଦ ଏବଂ ଶର୍ଜିଲ ଇମାମଙ୍କୁ ବଡ଼ ଝଟକା, ସୁପ୍ରିମକୋର୍ଟରୁ ମିଳିଲାନି ଜାମିନ୍, ଅନ୍ୟ ୫ ଅଭିଯୁକ୍ତଙ୍କୁ ବେଲ୍।
ଓଏନଜିସି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଓ ଭୟଙ୍କର ଅଗ୍ନିକାଣ୍ଡ, ସଂପୃକ୍ତ ଅଞ୍ଚଳରୁ ହଟେଇ ଦିଆଗଲା ଲୋକଙ୍କୁ।
ବିମାନରେ ପାୱାର ବ୍ୟାଙ୍କ ବ୍ୟବାହରକୁ ନେଇ କଟକଣା ଲାଗୁ, ନିର୍ଦ୍ଦେଶନାମା ଜାରି କଲା ଡିଜିସିଏ।
ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା, ୩ ସପ୍ତାହରେ ପାଞ୍ଚ ମଲେ।
କ୍ରିକେଟ ଟି୨୦ ବିଶ୍ବକପ୍ ପାଇଁ ଭାରତକୁ ଆସିବ ନାହିଁ ବାଂଲାଦେଶ।
ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଲା ୧୯ ବର୍ଷରୁ କମ ଭାରତୀୟ କ୍ରିକେଟ ଦଳ।
ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଇରାନ ଛାଡ଼ିବାର ପ୍ରସ୍ତୁତିରେ ଖାମେନେଇ।
=======================
ଆଜି ଅନ୍ତର୍ଜାତୀୟ ଯୁଦ୍ଧ ଅନାଥ ଦିବସ
ଆଜି ଜନ୍ମଦିନ: କପିଳ ଦେବ, ସ୍ବାମୀ ସଦାନନ୍ଦ, ଏଆର ରେହମାନ, ବିନ୍ଦିଆ ଗୋସ୍ୱାମୀ, ଯଶୋଧାରା ମିଶ୍ର (ଲେଖିକା, ସମ୍ବଲପୁର)
ଆଜି ତିରୋଧାନ: ଓମ ପୁରୀ, ଲୁଇ ବ୍ରେଲ
ଇତିହାସରେ ଆଜି: (୧୮୬୧) ରୋମାନିଆ ଦେଶ ପ୍ରତିଷ୍ଠା/ (୧୯୨୯) ମଦର ଟେରେସା କଲିକତା ଆସିଲେ/ (୧୯୪୭) ଭାରତର ବିଭାଜନକୁ ସମର୍ଥନ ଦେଲା ଜାତୀୟ କଂଗ୍ରେସ/ (୧୯୮୯) ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଫାଶୀ ମିଳିଲା
=======================
*ବନ୍ଦେ ଉତ୍କଳ ଜନନୀ*
