March 7, 2026

ଡବଲ ଇଞ୍ଜିନ ସରକାର ମହିଳା ହିଂସାରେ ଓଡିଶାକୁ କଳଙ୍କିତ କରିଛି: ବିଜେଡି

IMG-20260106-WA0059
Share

 

ମହିଳା ଅସଦାଚରଣରେ ଓଡିଶା ଏକ ନମ୍ବର

 

ପୁରୀ ଜିଲ୍ଲା ପ୍ରଶାସନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପର୍ଯ୍ୟଟନସ୍ଥଳୀରେ ବାରମ୍ବାର ଦୁଷ୍କର୍ମ ଘଟୁଛି

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ବୋଲି ବିଜୁ ଜନତା ଦଳ କହିଛି ।

ଆଜି ଶଙ୍ଖ ଭବନଠାରେ ଆୟୋଜିିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଉପସଭାପତି ଶ୍ରୀ ସଂଜୟ ଦାସବର୍ମା, ଡବଲ ଇଂଜିନ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ଏହି ୧୮ ମାସର ସରକାର ମହିଳା ହିଂସାରେ ଓଡିଶାର ନାମକୁ ବିଶ୍ୱ ଦରବାରରେ କଳଙ୍କିତ କରିଛି । ଆନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳ ବ୍ରହ୍ମଗିିରିରେ ପର୍ଯ୍ୟଟନ ଋତୁ ଚାଲିଥିଲା ବେଳେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରାଯାଇଛି । ଯାହା ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳାର ବିପର୍ଯ୍ୟସ୍ତ ଚିତ୍ରର ନଗ୍ନ ରୂପ ଦେଖାଉଛି । ଏହି ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଘଟଣା ବ୍ରହ୍ମଗିରିକୁ କେବଳ ନିନ୍ଦିତ କରିନି, ବ୍ରହ୍ମଗିରି ଭଳି ଏକ ବିଶ୍ୱପର୍ଯ୍ୟଟନ ସ୍ଥଳୀ ଯେଉଁଠିକୁ ହଜାର ହଜାର ପର୍ଯ୍ୟଟକ ଏହି ସମୟରେ ଚିଲିକା ହ୍ରଦ, ନଳବଣ, ସାତପଡା, ମାଆ କାଳୀଜାଇ ପୀଠ, ମାଆ ବାଲିହରଚଣ୍ଡି ପୀଠ ଓ ପ୍ରଭୁ ଅଲାରନାଥ ପୀଠକୁ ଆସିଥାଆନ୍ତି । ଆଜି ଏଭଳି ଘଟଣା ସମଗ୍ର ରାଜ୍ୟକୁ ନିନ୍ଦିତ କରିଛି ।

ବିଜେପି ଶାସନରେ ଗତ ୧୮ ମାସରେ ମହିଳା ବିରୋଧୀ ଅପରାଧ ମାମଲା ୪୦ ହଜାର ୯୪୭ ରୁଜୁ ହୋଇଛି । ସେଥିମଧ୍ୟରୁ ବଳାକ୍ରାର ମାମଲା ୩ ହଜାର ୨୦୫ଟି, ବଳାକ୍ରାର ଉଦ୍ୟମ ମାମଲା ୨୦୨ଟି, ବିବାହ ପ୍ରଲୋଭନ ମାମଲା ୪୪୦ଟି, ଶୋଷଣ ମାମଲା ୯ ହଜାର ୮୫୧ଟି, ଯୌନ ନିର୍ଯାତନା ୧ ହଜାର ୪୭୬, ସାର୍ବଜନନୀ ସ୍ଥାନରେ ଅସଦାଚରଣ ୨ହଜାର ୩୧୦ଟି, ଅପହରଣ ୮ ହଜାର ୮୬୩ଟି, ଯୌତୁକ ନିର୍ଯାତନା ୫ ହଜାର ୮୬୧ଟି, ଶୋଷଣା ଏବଂ ନିର୍ଯାତନା ୬ ହଜାର ୭୭୩ଟି, ଯୌତୁକ ଜନିତ ମୃତୁ୍ୟ ୪୯ଟି ମାମଲା ଦାୟର ହୋଇଛି ।

ସେହିପରି ଶ୍ରୀ ଦାସବର୍ମା କହିଥିଲେ, ନିକଟରେ ବାଲିହରଚଣ୍ଡି ଠାରେ ଘଟିଥିବା ଦୁଷ୍କର୍ମ ମାମଲା ପୁରୀବାସୀଙ୍କ ମନରୁ ନଲିଭୁଣୁ ଆଉ ଏକ ବର୍ବୋରୋଚିତ ଦୁଷ୍କର୍ମ ପୁରୀ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିକଟରେ ହରିଦାସ ଗାଁରେ ନିରୀହ ମାଆମାନଙ୍କୁ ପ୍ରଶାସନ ଅତ୍ୟଧିକ ଅମାନୁଷିକ ନିର୍ଯାତନା ଦେଇ ଜେଲ ପଠାଇଛି । ଆଜିି ଦିନରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ଓଡିଶା ବିଶ୍ୱ ଦରବାରରେ ବାରମ୍ବାର ନିନ୍ଦିତ ହେଉଛି । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଗୃହ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀରେ ବ୍ୟାପକ ଭାବେ ପୋଲିସ ମୁତୟନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରନ୍ତୁ ବୋଲି ବିଜେଡି ଦାବି କରିଛି ।

ଶ୍ରୀ ଦାସବର୍ମା କହିଛନ୍ତି ପୁରୀ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମଗିରି ପୋଲିସ ପ୍ରଶାସନ ଦ୍ୱାରା ସୃଷ୍ଟି ହୋଇଥିôବା ଆଇନÿ ଶୃଙ୍ଖଳା ପରିସ୍ଥିତି ରକ୍ଷା ନକରି ସରକାରୀ ଦଳର ହାତବାରିଶୀ ସାଜି ଯେଉଁ ଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି ଏହାକୁ ମୁଁ ତୀବ୍ର ନିନ୍ଦା କରୁଛି । ବ୍ରହ୍ମଗିରିବାସୀ ଆସନ୍ତା ଦିନରେ ଏହାର ଦୃଢ ଜବାବ ଦେବେ । ଗୃହ ବିଭାଗ ଦାୟିତ୍ୱରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ପୁରୀ ଜିଲ୍ଲାରେ ସୃଷ୍ଟି ହେଉଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହିତ ଦୃଢ ପଦକ୍ଷେପ ନିଅନ୍ତୁ । ଯେଉଁଭଳି ଏପରି ଅମାନବୀୟ ଘଟଣା ଭବିଷ୍ୟତରେ ପୁନରାବୃତି

ନଘଟେ।

ଗତ ସପ୍ତାହ ମଧ୍ୟରେ ଚାନ୍ଦବାଲି, ଭୁବନେଶ୍ୱର, କଟକ, ବାରିପଦା, ପୁଣି ଭୁବନେଶ୍ୱର କ୍ରମାନ୍ୱୟରେ ମହିଳା ଦୁଷ୍କର୍ମ ଘଟିଛି, ତାହା ରାଜ୍ୟରେ ବିଫଳ ଆଇନ ଶୃଙ୍ଖଳା ପରିସ୍ଥିତିର ଚରମ ଅଧୋଗତି କେବଳ ସୂଚାଉନାହିଁ, ଓଡିଶାକୁ ସାରା ଭାରତ ବର୍ଷରେ କଳଙ୍କିତ କରୁଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି।