April 25, 2026

ଈଶ୍ଵରପୁର ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍ଘାଟନ ଓ ସାଧାରଣ ସଭା ….

IMG-20260106-WA0060
Share

 

ନୀଳଗିରି ( ଦେବାଶିଷ ଦାଶ )

ନୀଳଗିରି ଉପଖଣ୍ଡ ଈଶ୍ଵରପୁର ସେବା ସମବାୟ ସମିତି ରେ ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କ ଠାରୁ ଧାନ କିଣିବା ପାଇଁ ଈଶ୍ୱରପୁର ସେବା ସମବାୟ ସମିତି ଆଗରେ ଧାନ ମଣ୍ଡି ଉଦ୍ଘାଟନ ହେବା ସହ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଛି ଏହି ଅବସରରେ ରେ ସମିତି ର ସଭାପତି ଭାଗବତ ଖିଲାର ୫୦ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ନିମନ୍ତେ ଭିତି ପ୍ରସ୍ତର ସ୍ଥାପନ କରିଥିଲେ ଅନୁଷ୍ଠିତ ସଭା ରେ ନୀଳଗିରି ବାଲେଶ୍ଵର -ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ର ଶାଖା ପରିଚାଳକ ସାଗର ମହାନ୍ତି ଉପସ୍ଥିତ ହୋଇ ଈଶ୍ଵର ପୁର ସେବା ସମବାୟ ସମିତି ଚଳିତ ବର୍ଷ ଜିଲ୍ଲା ରେ ଦ୍ଵିତୀୟ ସ୍ଥାନ ପାଇଛି ବୋଲି ସୂଚନା ଦେବା ସହ ସଭାପତି ଙ୍କ ସମେତ କର୍ମଚାରୀ ଓ ପରିଚାଳନା କମିଟି ସଭ୍ୟ ସଭ୍ୟା ମାନଙ୍କୁ ଧନ୍ୟବାଦ ଦେଇଥିଲେ, ଅନୁଷ୍ଠିତ ସଭା ରେ ସ୍ଥାନୀୟ ଚାଷୀମାନଙ୍କ ପ୍ରଶ୍ନର ଉତ୍ତର ବ୍ୟାଙ୍କ ପରିଚାଳକ ଓ ସଭାପତି ଦେଇଥିଲେ, ଚାଷୀ କମିଟି ପକ୍ଷରୁ ସମାଜସେବୀ ଅମିତ୍ ବଳିୟାର ସିଂହ ଚାଷୀ ମାନଙ୍କ ସୁବିଧା ପାଇଁ ସମିତି ରେ ଶଶ୍ଯ ମାନ ତର୍ଜମା ନିର୍ଧାରଣ ଯନ୍ତ୍ର ମହଜୁଦ କରିବା ନହେଲେ ଧାନର ମାନ ୩ପ୍ରତିଶତ ରୁ ଅଧିକ କଟନି ଛଟନି ନକରିବାକୁ ପ୍ରସ୍ତାବ ଦେଇଥିଲେ ଏହାକୁ ସମବେତ ଚାଷୀ ମାନେ କରତାଳି ବଜାଇ ସମର୍ଥନ କରିଥିଲେତେବେ ସମିତି ତରଫରୁ ଚାଷୀ ଙ୍କ ଧାନ କୁ ସୁରକ୍ଷା କରିବା ନିମିତ୍ତ ଏକ ଟେଣ୍ଟ ନିର୍ମାଣ କରିବା ଏବଂ ବିଶ୍ରାମ ଓ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ସମିତି ପଦକ୍ଷେପ ଗ୍ରହଣ କରିବାକୁ ସଭାରେ ନିଷ୍ପତ୍ତି ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ କୁ ସମିତି ର ସଭ୍ୟ ଭାଗିରଥି ବେହେରା ପରିଚାଳନା କରିଥିବା ବେଳେ ବୈଠକରେ ସଭାପତି ଭାଗବତ ଖିଲାର, ଭାର ପ୍ରାପ୍ତ ସମ୍ପାଦକ ଅଶୋକ ଜେନା, ପଞ୍ଚାୟତ ଅଧୀକାରୀ ବିଜୟ ସେଠୀ , ଗ୍ରାମ ସେବକ ସୁଶୀଲ ବିଶ୍ବାଳ, ସମାଜସେବୀ ଅମିତ୍ ବଳିୟାର ସିଂହ, ସୁଧାକର ମଳିକ, ଗୟାଧର ପାତ୍ର, ରବିନ୍ଦ୍ର ମଳିକ, ମଧୁସୂଦନ ନାୟକ, ପ୍ରଦୀପ ନାୟକ ଏବଂ ସମିତି ର କର୍ମଚାରୀ ଗୈତମ ମହାନ୍ତି, ପ୍ରମୁଖ ସହଯୋଗ କରିଥିବା ବେଳେ ବଳରାମ ବିଶ୍ଵାଳ, ଅନନ୍ତ ଗିରି, ଦିବାକର ବିଶ୍ଵାଳ, ଜୟଦେବ ବେହେରା ପ୍ରମୁଖ ପ୍ରଶ୍ନ କରିଥିଲେ

You may have missed