May 11, 2026

କୁଜଙ୍ଗ ଆଇଆଇସି ମିଥ୍ୟା କେସ କରିଥିବା ନେଇ ଏସପିଙ୍କୁ ଜଣାଇଲେ ଯୁବକ

IMG-20250106-WA0024
Share

କୁଜଙ୍ଗ-୬/୧-କୋଠିଆ ସାହି ଗଡା ନିକଟରେ ତା୨୨/୯/୨୦୨୪ରିଖ ସଂଧ୍ୟା ୬ଟାରେ ଘଟଣା ଘଟିଥିଲା। ସେହିଦିନ ରାଜେନ୍ଦ୍ର ନାରାୟଣ ଦାସ ତାଙ୍କର ବନ୍ଧୁ ଗିରିଧାରୀ ନାଥ(ନୃସିଂହ) ଙ୍କ ସହିତ ମନ୍ତ୍ରୀ ସଂପଦ ସ୍ବାଇଁଙ୍କ ପାରାଦ୍ଵୀପ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ମାତ୍ର ଆଇଆଇସି ଆକ୍ରୋଶ ମୂଳକ ଭାବେ ଏକ ରାଜନୈତିକ ଘଟଣା ସଜାଇ କେଶ୍ ନମ୍ବର ୪୭୦/୨୦୨୪ରେ ମାମଲା ରୁଜୁ କରି ଆମକୁ ଗିରଫ କରିବା ପାଇଁ ଆମ ଘର ବାରଂବାର ରେଡ୍ କରୁଛନ୍ତି ବୋଲି ଜଗତସିଂହପୁର ଏସପିଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ରାଜେନ୍ଦ୍ର ଉଲ୍ଲେଖ କରିଛନ୍ତି।ଏସସିଏସଟି ଆକ୍ଟରେ ସଙ୍ଗୀନ ଦଫା ମଧ୍ୟ ତାଙ୍କ ବିରୁଦ୍ଧରେ ଲାଗିଛି। ଏହି ଘଟଣାରେ ରାଜେନ୍ଦ୍ର ମାନସିକ ଯନ୍ତ୍ରଣା ଭୋଗିବା ସହିତ ଘଟଣା ଘଟିବା ଦିନ ସେ ମନ୍ତ୍ରୀଙ୍କ ପାର୍ଟି ଅଫିସରେ ଥିଲେ କି ନାହିଁ ତା’ର ସତ୍ୟତା ଜାଣିବା ପାଇଁ ସେଠାକାର ସିସିଟିଭି ଯାଞ୍ଚ କରାଯିବା ପାଇଁ ସେ ଅପିଲ କରିଛନ୍ତି। ଯେହେତୁ ରାଜେନ୍ଦ୍ର କୁଜଙ୍ଗ ଜୋନର ବିଜେପି ସାଧାରଣ ସଂପାଦକ ଅଛନ୍ତି, ରାଜନୈତିକ ଆକ୍ରୋଶରେ ତାଙ୍କୁ ମିଥ୍ୟା କେଶରେ ଜଡ଼ିତ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ରିପୋର୍ଟ-ନୃସିଂହ ଚରଣ ବାରିକ