September 21, 2024

ପୂର୍ବତନ ସରପଞ୍ଚଙ୍କ ବିଜେଡି ଛାଡି କଂଗ୍ରେସ ରେ ଯୋଗଦାନ…

Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଛତରଲା ପଞ୍ଚାୟତ ବିଜୁ ଜନତା ଦଳର ପୂର୍ବତନ ସରପଞ୍ଚ ଶ୍ରୀ ପ୍ରଫୁଲ୍ଲ କୁମାର ଦୁରୁଆ ଆଜି କଂଗ୍ରେସ ଦଳରେ ଯୋଗଦାନ କରିଥିବାର ଜଣା ଯାଇଛି. କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଯୁବ ସଂଗଠକ ଶ୍ରୀ ରଂଜିତ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଛତ୍ତର୍ଲା ପଞ୍ଚାୟତ ମୁଣ୍ଡାଗଡ଼ ଗ୍ରାମରେ ଶ୍ରୀ ଦୁରୁଆ ଦଳରେ ଯୋଗ ଦେଇ ଥିବା ଜଣା ଯାଇଛି. ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀ ନୀଳକଣ୍ଠ ପୂଜାରୀ. ପୂର୍ବତନ କାଉନ ସିଲର ଶ୍ରୀ ଦେବୀ ପ୍ରସାଦ ନାୟକ. ନରେନ୍ଦ୍ର ମାଝୀ. ତୁଳସୀ ଦୁରୁଆ. ଙ୍କ ଉପସ୍ଥିତି ରେ ଦଳୀୟ ଉତ୍ତରୟୀ ସହ ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇଛି I ଖବର ପ୍ରସାର ହବା ପରେ ବ୍ଲକ କଂଗ୍ରେସ କମିଟି ସଭା ପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି. ନଗର କଂଗ୍ରେସ କମିଟି ସଭାପତି ଶ୍ରୀ ବାପୁନ ତ୍ରିପାଠୀ. ବରିଷ୍ଟ କଂଗ୍ରେସ ନେତା ରମା କାନ୍ତ ବିଶୋଇ. ହୋମିଦ ଜାନୁ. ଙ୍କ ସହ ବହୁ ସକ୍ରିୟା କର୍ମୀ ମାନେ ସୂବେଛା ଜଣେଇ ଥିବାର ଜଣା ଯାଇଛି I ଏ ସମ୍ପର୍କ ରେ ଶ୍ରୀ ପ୍ରଫୁଲ ଦୁରୁଆ ଙ୍କୁ ଯୋଗାଯୋଗ କରିବାରୁ ଓଡିଶା ରେ ତାମିଲ ଶାସନ. ଜନ ସାଧାରଣ ଙ୍କ ଟିକସ ଟଙ୍କା କୁ ବିକାଶ ନାଁ ରେ ବିନାଶ. ଲୋକ ପ୍ରତିନିଧି ଙ୍କୁ ଅଣ ଦେଖା କୁ ଅତିଷ୍ଟ ହୋଇ ମୁଁ କଂଗ୍ରେସ ରେ ଯୋଗ ଦେଇଛି ବୋଲି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରି ଥିବା ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I