September 21, 2024

ମୋହନାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଙ୍କ ମହମବତୀ ଯାତ୍ରା …

Share

                                                                                                                                                                                   ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ସହରରେ ଥିବା ଚର୍ଚ୍ଚ ଠାରେ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ଜାନୁଆରୀ ଛ ତାରିଖ ଦିନ ଆଡମ୍ବର ସହ ମହମବତୀ ଯାତ୍ରା ଅନୁଷ୍ଠିତ ହୋଇଛି। ମହମବତୀ ଯାତ୍ରା ରେ ମୋହନା ସମେତ ଅଞ୍ଚଳରେ ଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀ ଙ୍କ ସମାଗମରେ ଧର୍ମ ଯାଜକ ମାନେ ଖ୍ରୀଷ୍ଟ ବାଣୀ ପ୍ରଚାର ସହ ସହର ପରିକ୍ରମା କରି ମିଳିତ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଧର୍ମ ଯାଜକ ଙ୍କ ସମେତ ଅଞ୍ଚଳରେ ଥିବା ଯାଯକ ମାନେ ପ୍ରଭୁ ଯୀଶୁଙ୍କ ବାଣୀ ପ୍ରଚାର କରିବା ସହ ପ୍ରଭୁଙ୍କ ଅଶ୍ରିବାଦ ଭିକ୍ଷା କରିଥିଲେ ଏବଂ ପରିବାରର ସୁଖ ଶାନ୍ତି କାମନା କରିଥିଲେ। ଏହି ଉତ୍ସବ କୁ ସ୍ଥାନୀୟ ଗ୍ରାମବାସୀ ଯୁବକ ସଂଘ ସଦସ୍ୟ ମାନେ ଏହାକୁ ପରିଚାଳନା କରିଥିଲେ। ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ସମେତ ସ୍ଥାନୀୟ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରି ଥିଲେ। ଏବଂ ଅଞ୍ଚଳର ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଖ୍ରୀଷ୍ଟ ଧର୍ମାବଲମ୍ବୀ ଯାତ୍ରାରେ ଯୋଗ ଦେଇଥିଲେ।