September 21, 2024

ଓଡିଶା ଡ୍ରାଇଭର ମହାସଂଘ ର ଦେଶ ବ୍ୟାପି ଷ୍ଟେରିଂ ଛାଡ଼ ଆନ୍ଦୋଳନକୁ ରଣପୁର ରେ ସି ଆଇ ଟି ୟୁ ର ଦୃଢ଼ ସମର୍ଥନ….

Share

 

ରଣପୁର,(ଉପାନ୍ତ ଖବର): କେନ୍ଦ୍ର ମୋଦୀ ସରକାରଙ୍କ ଭାରତ ନ୍ୟାୟ ସଂହିତା–୨୦୨୩ କଳା କାନୁନୁ ତୁରନ୍ତ ପ୍ରତ୍ୟାହାର ଦାବୀରେ ଓଡିଶା ଡ୍ରାଇଭର ମହା ସଂଘର ରାଜ୍ୟ ବ୍ୟାପି ଧର୍ମଘଟ ପରିପ୍ରେକ୍ଷୀରେ ରଣପୁର ବ୍ଲକର ଡ୍ରାଇଭର ସଂଘ ତରଫରୁ ଗୋପାଳପୁର ବରମୂଳ ଠାରେ ରଣପୁର ରୁ ଚାନ୍ଦପୁର ରାସ୍ତା କଡରେ ପ୍ରତିବାଦ ସଙ୍ଗଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ କଳା କାନୁନୁ ଓ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିର ପ୍ରତାରଣା ବିରୋଧରେ ବିଭିନ୍ନ ନାରା ଦେଇ ଶତାଧିକ ଡ୍ରାଇଭର ଭାଇ ଏହି ଆନ୍ଦୋଳନକୁ ଶାନ୍ତି ପୂର୍ଣ୍ଣ ଭାବେ ସଙ୍ଗଠିତ କରିଥିଲା ବେଳେ ସଂଘର ସଭାପତି ମାନସ ସ୍ବାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ନରେନ୍ଦ୍ର ମୋଦୀ ଓ ଅମିତ ସାହାଙ୍କ କଳା କାନୁନୁ କୁ ତୀବ୍ର ସମାଲୋଚନା କରିଥିଲେ। କର୍ପୋରେଟ ସ୍ୱାର୍ଥ ରକ୍ଷାକାରୀ ମୋଦୀ ସରକାର ଡ୍ରାଇଭରଙ୍କ ଆହାର ଉପରେ ପାହାର ଦେଇ ଏକ ତରଫା ଭାବେ ପାର୍ଲ୍ୟାମେଣ୍ଟ ରେ କାନୁନୁ ଆଣିଥିଲା ବେଳେ ରାଜ୍ୟ ସରକାର ମଧ୍ୟ ନୀରବ ସମର୍ଥନ କରିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଛନ୍ତି।ପୂର୍ବରୁ ୩୦୪( କ)ଆଇନ ରେ ଡ୍ରାଇଭର ୨ ବର୍ଷ ଜେଲ ଦଣ୍ଡ ଥିଲାବେଳେ ନୂଆ କଳା କାନୁନୁ ଅନୁଯାୟୀ ଡ୍ରାଇଭର ମାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଓ ୭ ଲକ୍ଷ ଟଙ୍କା ଜୋରିମନା ଭଳି ଡ୍ରାଇଭର ବିରୋଧୀ କରିଥିବା ନୀତି କୁ ତୁରନ୍ତ ବାତିଲି ପାଇଁ ସଂଗଠନ ତରଫରୁ ଦାବୀ କରିବା ସହ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତ୍ତି ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବୀ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ ନ କଲେ ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ଜାରି ରହିବା ସହ ଡ୍ରାଇଭର ମାନେ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି।
ଏହି ଧର୍ମଘଟରେ ସି ଆଇ ଟି ୟୁ ର ରାଜ୍ୟ ସମ୍ପାଦକ ସୁରେଶ ସ୍ବାଇଁ,ସୁଶୀଲ ମହାନ୍ତି, ଓଡିଶା ଡ୍ରାଇଭର ସଂଘର ସଭାପତି ମାନସ ସ୍ବାଇଁ, ସମ୍ପାଦକ ପବିତ୍ର ପଲେଇ,ଉପ ସଭାପତି ଅଜୟ ସୁନ୍ଦରା, ଜଗନ୍ନାଥ ସାହୁ,ଶଙ୍କର ବରାଡ଼, ସରୋଜ ସୁନ୍ଦରା,ଯୁଗଳ ରାଉତରାୟ ଓ ଗୋବର୍ଦ୍ଧନ ପାତ୍ର ପ୍ରମ୍ମୁଖ ବକ୍ତବ୍ୟ ଦେଇ ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)