September 21, 2024

ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ….

Share


ବୁଗୁଡା :  ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ବୁଗୁଡ଼ା ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଓ ତହସିଲଦାର ତାପସ ରାଉତ ଯୋଗ ଦେଇଥିଲେ । ବ୍ଲକ ଅଧିନସ୍ଥ ୨୧ଟି ପଞ୍ଚାୟତରୁ ୧୯୧ ଜଣ ଦିବ୍ଯାଙ୍ଗ ଶିବିରରେ ନାମ ପଞ୍ଜୀକରଣ କରି ବିଭିନ୍ନ ସରକାରୀ ସହାୟତା ପାଇଁ ଆବେଦନ କରିଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ତ୍ରିପାଠୀଙ୍କ ସମେତ ବ୍ଲକର ଅନ୍ଯ ସମସ୍ତ କର୍ମଚାରୀ , ଅଙ୍ଗନୱାଡି କର୍ମୀ , ପିପୁଲ୍ସ କଲେଜ ରେଡକ୍ରସ ଛାତ୍ରଛାତ୍ରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ତେବେ ଡ୍ରାଇଭରମାନଙ୍କ ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ ଯୋଗୁଁ ବସ ଚଳାଚଳ ବନ୍ଦ ରହିଥିବାରୁ ଗ୍ରାମାଞ୍ଚଳର ଅନେକ ଦିବ୍ଯାଙ୍ଗ ଉକ୍ତ ଶିବିରରେ ଯୋଗ ଦେଇପାରିନଥିବା ଜଣାଯାଇଛି ।