March 7, 2026

ବୁଗୁଡ଼ା ଏନଏସିରେ ବୁଲିଲା ଶ୍ରୀ ଜଗନ୍ନାଥ ପ୍ରଚାର ରଥ, ଘରକୁ ଘର ବୁଲି ଗୁଆ ଓ ଚାଉଳ ସଂଗ୍ରହ…

hjyguyu
Share


ବୁଗୁଡ଼ା :  ଆସନ୍ତା ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଥିବା ବେଳେ ଜିଲ୍ଲା ପ୍ରଶାସନର ପରାମର୍ଶ କ୍ରମେ ବୁଗୁଡ଼ା ଏନଏସିର ପ୍ରତ୍ଯେକ ଘରୁ ଗୁଆ ଓ ଚାଉଳ ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ବଡଦାଣ୍ଡସ୍ଥିତ ବଳଦେବ ମନ୍ଦିର ସମ୍ମୁଖରୁ ଏନ୍ଏସି ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ , କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ , କାଉନସିଲର ଆଶୁତୋଷ ବଢେଇ , ବବ୍ରୁ ପ୍ରଧାନ , ସସ୍ମିତା ପାତ୍ର ଓ ଉର୍ମିଳା ସାହୁ, ଏନ୍ଏସି କର୍ମଚାରୀବୃନ୍ଦ , ଅଙ୍ଗନୱାଡି କର୍ମୀ ଓ ମିଶନ ଶକ୍ତି ମହିଳାଗଣଙ୍କ ଉପସ୍ଥିତିରେ କୀର୍ତ୍ତନ ମଣ୍ଡଳୀ ଗହଣରେ ଶ୍ରୀଜଗନ୍ନାଥ ପ୍ରଚାର ରଥ ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୩ଟି ଓ୍ବାର୍ଡର ବିଭିନ୍ନ ସାହିରେ ରଥ ପରିକ୍ରମା ସହ ସମସ୍ତଙ୍କ ଘରୁ ଗୁଆ ଓ ଚାଉଳ ସଂଗ୍ରହ କରାଯିବ ବୋଲି ଜଣାଯାଇଛି ।