September 21, 2024

ଡ୍ରାଇଭର ମହାସଂଘର ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ………

Share

 

ଉମରକୋଟ ରେ ମଧ୍ୟ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ହିଟ୍ ଆଣ୍ଡ ରନ୍ ମାମଲାରେ ଭାରତୀୟ ନ୍ୟାୟ ସଂହିିତାରେ ରଖାଯାଇଥିବା ନୂଆ ଆଇନ କୁ ଅଧିକ କଡାକଡି କହି ନୂତନ ଆଇନ ଅନୁଯାୟୀ ଯଦି କେହି ଡ୍ରାଇଭର ବେପରୁଆ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଏ ଏବଂ ଦୁର୍ଘଟଣା ପରେ ପୋଲିସ କିମ୍ଵା ଅନ୍ୟ କାହାରି କୁ ସୁଚନା ନ ଦେଇ ଆହାତ ଙ୍କୁ ଦୁର୍ଘଟଣା ସ୍ଥଳରେ ଛାଡ଼ି ଦେଇ ପଳାଇ ଯାଏ ତେବେ ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର ଙ୍କୁ ଦଶ ବର୍ଷ ଜେଲ ସହ ସାତ ଲକ୍ଷ ଟଂକା ଜୋରିମାନା କାରାଯିବା ନିୟମ କୁ ନେଇ ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟ ର ଓଡ଼ିଶା ଡ୍ରାଇଭର ମହାସଂଘର ଡ୍ରାଇଭର ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନରେ ଓହ୍ଲାଇ ଗାଡ଼ି ଚଳାଇବା ବନ୍ଦ କରି ଆନ୍ଦୋଳନ ରେ ବସିଛନ୍ତି। ରାଜ୍ୟ ସରକାରଙ୍କୁ ଗତବର୍ଷରେ ଦେଇ ଥିବା ଦାବିକୁ ପୂରଣ କରିବା ସହ ନୂଆ ନିୟମ କୁ ଉଛେଦ କରିବା ନେଇ ଦାବି କରିଛନ୍ତି । ତେବେ ସଂଘ ନିଷ୍ପତି ଅନୁଯାୟୀ ଆସନ୍ତା ଦୁଇ ଦିନ ଦୂରଗାମୀ ଗାଡ଼ି ଗୁଡ଼ିକୁ ଗନ୍ତବ୍ୟ ସ୍ଥଳକୁ ପହଂଚି ଯିବାକୁ ଛାଡ଼ି ଦିଆ ଯିବ ତାହା ପରେ ଆନ୍ଦୋଳନ କୁ ଅଧିକ ଜୋରଦାର କରାଯିବ ବୋଲି କହିବା ସହ ଯେବେ ଯାଏଁ ଏହି ଆଇନ୍ କୁ ଉଚ୍ଛେଦ ସହ ଦାବି ପୂରଣ ନକରାଯାଏ ସେବେ ଯାଏଁ ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି ଉମରକୋଟ ଡ଼୍ରାଇଭର ମହାସଂଘ ର ସଭାପତି ପ୍ରଦୀପ ବିଶ୍ବାସ। ଆଜି ପ୍ରଥମ ଦିନରେ ଆନ୍ଦୋଳନ ର ପ୍ରଭାବ କିଛି ମାତ୍ରାରେ ଦେଖିବାକୁ ମିଳିଥିବା ବେଳେ, ଗାଡ଼ି ଗୁଡ଼ିକ ଡ୍ରାଇଭର ବିନା ରାସ୍ତା କଡ଼ରେ, ଗ୍ୟାରେଜ ରେ ଠିଆ ହେବା ଆରମ୍ଭ ହୋଇ ଗଲାଣି।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)