March 7, 2026

୮ତାରିଖ ରୁ ଆରମ୍ଭ ହେବ ସୁଜନନାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ….

ujgyi
Share

ସୁବର୍ଣ୍ଣପୁର -୬.୧ ଆସନ୍ତା ୮ତାରିଖ ଠାରୁ ୧୪ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରୟାଲ ପଡିଆ ଠାରେ ୧୧ ତମ ସୃଜନ ନାଗ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ମ୍ୟାଚ ର ସମସ୍ତ ସିଡ଼୍ୟୁଲ୍ସହ ସମୁଦାୟ ଆଠ ଗୋଟି ଦଳ ର ପ୍ରାୟୋଜକ ମାନେ ଲକି ଡ୍ର ମାଧ୍ୟମ ରେ ନିଜ ଦଳ ଚୟନ କରିଥିଲେ। ଶ୍ରୀରାମ ଚରଣ ସୁନା, ଲୋକନାଥ ରଥ, ହରିହର ପଟ୍ଟନାୟକ, ସନ୍ତୋଷ ପୁଝାରୀ, ସୁଜିତ୍ ସାହୁ, ସଞ୍ଜୀବ ମହାରଣା ଙ୍କ ସମେତ ଅନ୍ୟ ପ୍ରାୟୋଜକ ଙ୍କ ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ବରଗଡ,ଫୁଲବାଣୀ,କଳାପଥର,ସୋନପୁର, ସମ୍ବଲପୁର, ବେଲପାହାଡ଼, ବୀରମହାରାଜପୁର, ସୁନ୍ଦରଗଡ଼ ର ଟିମ୍ ଖେଳୁଥିବା ପାଇଁ ଧାର୍ଯ୍ୟ ହୋଇଛି।ଏହି ଖବରଦାତା ସମ୍ମିଳନୀ କୁ ସୁଜନ ନାଗ ଫୁଟବଲ ଏକାଡେମୀ ର ମୁଖ୍ୟ ରାକେଶ ନାଗ ସମ୍ବୋଧିତ କରିଥିବା ବେଳେ ଜନ୍ମେଜୟ ନାଗ ଧନ୍ୟବାଦ ପ୍ରଦାନ କରିଥିଲେ।