September 21, 2024
Share

➡️୧-ଆଜି ସମ୍ବଲପୁର ଠାରେ ଫୁଟବଲ ତାଲିମ କେନ୍ଦ୍ର ଓ ୟୁନିଭରସିଟି ସ୍ପୋର୍ଟ୍ସ କ୍ଲମ୍ପ୍ଲେକ୍ସ ସମେତ ବୁର୍ଲା ଇଣ୍ଡୋର ଷ୍ଟାଡିୟମର ଶୁଭ ଉଦ୍ଘାଟନ କରିବେ ମାନ୍ୟବର ଶ୍ରୀଯୁକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ପରୀକ୍ଷା ପେ ଚର୍ଚ୍ଚା ୨୦୨୪ ପାଇଁ ହେଲା ରେକର୍ଡ ୧ କୋଟି ପଞ୍ଜୀକରଣ, ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଛି ବ୍ୟାପକ ଉତ୍ସାହ l ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଜାନୁଆରୀ ୨୯, ୨୦୨୪ ପୂର୍ବାହ୍ନ ୧୧ଟାରୁ ଭାରତ ମଣ୍ଡପମ୍, ଆଇଟିପିଓ, ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଟାଉନ୍ ହଲ୍ ଫର୍ମାଟରେ ଅନୁଷ୍ଠିତ ହେବ।

➡️୩-ଏଣିକି ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ର ଚାହିଁଲେ ନିଜ ଶିକ୍ଷାନୁଷ୍ଠାନ ବଦଳାଇପାରିବେ। ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୧୨ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଅନୁମତି ମିଳିଥିବା ଛାତ୍ରୀଛାତ୍ର ମାନେ ୧୭ ରୁ ୨୭ତାରିଖ ମଧ୍ୟରେ ନୂଆ ଶିକ୍ଷାନୁଷ୍ଠାନରେ ନାମଲେଖାଇ ପାରିବେ।

➡️୪-ପ୍ରକାଶ ପାଇଲା ଓଡିଶାର ନୂଆ ଭୋଟର ତାଲିକା, ଏଥର ଓଡିଶାରେ ମୋଟ ଭୋଟର ସଂଖ୍ୟା ହେଲା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦। ତାଲିକାରେ ୧୨ଲକ୍ଷ ୯୭ହଜାର ୯୫୪ଜଣ ନୂଆ ଭୋଟର l

➡️୫-ଭୁବନେଶ୍ବର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ପକ୍ଷରୁ ଆଜିଠାରୁ ଆରମ୍ଭ ହେବ ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ଶିଶିର ସରସ-୨୦୨୪। ଏହି ମେଳା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

➡️୬-ଟ୍ରକ ଚାଳକଙ୍କ ସହ ସାମିଲ ହେବେ ବସ ଚାଳକ ସଂଘ, ଚାଳକ ମହାସଂଘର ଅନିର୍ଦିଷ୍ଟ କାଳ ପାଇଁ ହେଲା ଧର୍ମଘଟ l

➡️୭-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ l କହିଲେ ଜାନୁଆରୀ ୧୧ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସରିବ l

➡️୮-ଆସନ୍ତା ୧୮ ଓ ୧୯ରେ ଭୁବନେଶ୍ୱର ନୟାପଲ୍ଲୀ ବିଦ୍ୟୁତ ମାର୍ଗ ସ୍ଥିତ ଷ୍ଟେସନ ମୁଖ୍ୟାଳୟ, ସ୍ଥଳସେନାଷ୍ଟେସନ, ଟିଏ ବାଟାଲିୟନ ଠାରେ ଆୟୋଜିତ ହେବ ପ୍ରତିରକ୍ଷା ପେନସନ୍ ଅଭିଯୋଗ ସମାଧାନ ଶିବିର l ପେନସନସଂକ୍ରାନ୍ତ ସମସ୍ୟା ରହିଥିବା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ, ଅଧିକାରୀ, ପ୍ରତିରକ୍ଷା ସିଭିଲିୟାନ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଏହି ଶିବିରରେ ସମାଧାନ କରାଯିବ ।

➡️୯-ରାଜ୍ୟର ସର୍ବଶ୍ରେଷ୍ଠ କଲେଜ ତଥା ସର୍ବପୁରାତନ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜର ୭୫ବର୍ଷ ପୂର୍ତ୍ତି ଅବସରରେ ତିନିଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ପ୍ଲାଟିନମ ଜୁବୁଲୀ ମହୋତ୍ସବକୁ ଆଭାସୀ ଜରିଆରେ ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୧୦-କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ରେ ଓଡ଼ିଶାର ୪ଟି ଜିଲ୍ଲା କେନ୍ଦୁଝର- ସୁନ୍ଦରଗଡ଼- ସମ୍ବଲପୁର ଓ ଝାରସୁଗୁଡ଼ାରେ କରିବେ ପଦଯାତ୍ରା l

➡️୧୧-୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଙ୍ଗ ମାମଲାରେ ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବିରୋଧରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ପଟିୟାଲା ହାଉସ କୋର୍ଟ ରେ ହେଲେ ଦ୍ବାରସ୍ଥ l କହିଲେ ସୁକେଶକୁ ମୋ ଠାରୁ ଦୂରେଇ ଦିଅନ୍ତୁ, ସେ ମୋତେ କୌଣସି ମୁହୂର୍ତ୍ତରେ ହତ୍ୟା କରିଦେବ l

➡️୧୨-ରିଲିଜ ହେଲା ରୋହିତ ଶେଟ୍ଟୀଙ୍କ ଚଳଚ୍ଚିତ୍ର ‘ଇଣ୍ଡିଆନ୍‌ ପୋଲିସ ଫୋର୍ସ’ର ଟ୍ରେଲର l ସିଦ୍ଧାର୍ଥ ମାଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇ ଏହି ଚଳଚ୍ଚିତ୍ର ଜରିଆରେ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି।

➡️୧୩-ଏଣିକି ଆଉ ବିକ୍ରି ହୋଇପାରିବ ନାହିଁ ରକ୍ତ । ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଗାଇଡଲାଇନ୍ କଲେ ଜାରି । କେବଳ ରକ୍ତ ଯୋଗାଇବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ କରାଯିବ। ଏନେଇ ଡିସିଜିଆଇ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ହେଲା ଚିଠି l

➡️୧୪-ଏକ୍ସସାଇଜ ପଲିସି ଦୁର୍ନୀତି ଜାଲରେ ଛନ୍ଦି ହୋଇଥିବା ଦିଲ୍ଲୀ ସରକାରଙ୍କ ଉପରେ ବିପଦର କଳାବାଦଲ । ଦିଲ୍ଲୀର ମୋହଲ୍ଲା କ୍ଲିନିକରେ ବଡ ଧରଣର ଦୁର୍ନୀତି ଅଭିଯୋଗ ଆସିବା ସହ ଏବେ ଏହାର ହେବ ସିବିଆଇ ତଦନ୍ତ ।

➡️୧୫-କେନ୍ଦ୍ରର ବଡ଼ ନିଷ୍ପତ୍ତି ! ଏଣିକି ବଜାରରେ ମିଳିବନି ଚାଇନା ଇଲେକ୍ଟ୍ରି ଜିନିଷ l ଯଦି କୌଣସି ଦୋକାନୀ ଲୋକ୍ୱାଲିଟି ସାମଗ୍ରୀ ବିକ୍ରୟ କରୁଥିବା କିମ୍ବା କୌଣସି କମ୍ପାନୀ ଉତ୍ପାଦନ କରୁଥିବା ଦେଖିବାକୁ ମିଳେ, ତେବେ ତାଙ୍କୁ ଜୋରିମାନା ସହ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।

➡️୧୬-ମିଶନ ନେଟ୍ ଜିରୋ କାର୍ବନ ଏମିସନ ଅଭିଯାନ ପାଇଁ ଭାରତ ଏବଂ ୟୁଏସ୍‌ଏଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ମିଳିଲା ଅନୁମୋଦନ l

➡️୧୭-କମାଲ କରି ଦେଖାଇଲେ ଭାରତୀୟ ନୌସେନା କମାଣ୍ଡୋ l ସୋମାଲିଆ ଉପକୂଳ ମାଲବାହୀ ଜାହାଜରୁ ସୁରକ୍ଷିତ ଉଦ୍ଧାର ହେଲେ ୧୫ ଭାରତୀୟ l ଉତର ଆରବ ସାଗରରୁ ମାଲବାହୀ ଜାହାଜକୁ ଅପହରଣ କରି ନେଇଥିଲେ ଜଳଦସ୍ୟୁ ।

➡️୧୮-ଚୀନ ଖବରକାଗଜରେ ଭାରତର ପ୍ରଂଶସା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଂଶସାରେ ପୋତିଲା ଗ୍ଲୋବାଲ ଟାଇମ୍ସ l ଭାରତର ବିକାଶ ଓ ପ୍ରଗତିି ପଛରେ ମୋଦୀଙ୍କ ବିଦେଶ ନୀତି, କୁଟନୀତି ସମ୍ପର୍କ, ନେତୃତ୍ୱ ଥିବା ଗ୍ଲୋବାଲ ଟାଇମ୍ସ ଆଲେଖ୍ୟରେ କୁହଯାଇଛି ।

➡️୧୯-ଘୋଷଣା ହେଲା ଟି -୨୦ ବିଶ୍ୱକପ୍‌ର କାର୍ଯ୍ୟସୂଚୀ l ଟୁର୍ନାମେଣ୍ଟର ଉଦଘାଟନ ଅର୍ଥାତ୍ ପ୍ରଥମ ମ୍ୟାଚ୍ ଜୁନ୍ ୧ ରେ ଆମେରିକା ଏବଂ କାନାଡା ମଧ୍ୟରେ ଖେଳାଯିବ | ୨୦୨୪ ଟି -୨୦ ବିଶ୍ୱକପରେ ମୋଟ ୫୫ ଟି ମ୍ୟାଚ୍ ଖେଳାଯିବ | ପାକିସ୍ତାନ ସହ ମ୍ୟାଚ୍ ଜୁନ୍ ୯ରେ ଅନୁଷ୍ଠିତ ହେବ। ଫାଇନାଲ୍ ମ୍ୟାଚ୍ ଜୁନ୍ ୨୯ରେ ବାରବାଡୋସରେ ଖେଳାଯିବ |

➡️୨୦-କ୍ରିକେଟ୍ ଏକାଡେମୀ ଖୋଲିବି କହି ଧୋନିଙ୍କଠାରୁ ୧୫କୋଟି ଠକି ନେଲେ ପୂର୍ବ ବିଜନେସ ପାର୍ଟନର ମିହିର ଦିବାକର l

➡️୨୧-ଆତ୍ମହତ୍ୟା ପାଇଁ ଉସ୍‌କାଇବା ମାମଲାରେ ୨୦୦୭ ବିଶ୍ୱକପ ବିଜେତା ଭାରତୀୟ କ୍ରିକେଟର୍ ଯୋଗିନ୍ଦର ଶର୍ମାଙ୍କ ବିରୋଧରେ ମାମଲା ହେଲା ରୁଜୁ l