March 11, 2026

ଜିଲ୍ଲାସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ

IMG-20251205-WA0045
Share

 

ପାରଳାଖେମୁଣ୍ଡି(ଲମ୍ବୋଦର ସାହୁ)

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଅଛି। ଏହି ଦିବସରେ ଶ୍ରୀ ଏମ.ପ୍ରକାଶ ରାଓ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥି ଭାବରେ ଗୋଷାଣୀ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଏସ୍.ବାଲରାଜୁ,ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଆଧେକ୍, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଆର.ଉଦୟଗିରି ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମଙ୍ଗରାଜ,ପ୍ରକଳ୍ପ ନିର୍ଦ୍ଧେଶକ, ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଗଜପତି ଶ୍ରୀଯୁକ୍ତ ସୁରେଶ କୁମାର ପଟ୍ଟନାୟକ , ଉପନିର୍ଦ୍ଦେଶକ ଉଦ୍ୟାନ ଶ୍ରୀ ଶଶାଙ୍କ ଶେଖର ପଟ୍ଟନାୟକ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ସଂଗ୍ରାମ ପରମ ଗୁରୁ ପ୍ରମୁଖ ମଞ୍ଚାସିନ ଥିଲେ।

ଏହି ଅବସରରେ “ସୁସ୍ଥ ସହର ପାଇଁ ସୁସ୍ଥ ମୁର୍ତ୍ତିକା” ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ମୃତ୍ତିକା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଉପସ୍ଥିତ ଚାଷୀଙ୍କୁ ଦିଗ୍ ଦର୍ଶନ ଦେବା ସହିତ ମୃତ୍ତିକାର ସୁରକ୍ଷା, ମୃତ୍ତିକାର ସ୍ଵାସ୍ଥ୍ୟକାର୍ଡ ଆବଶ୍ୟକତା, ବିନିଯୋଗ ମୃତ୍ତିକା ସଂରକ୍ଷଣ ଏବଂ ମୃତ୍ତିକା ପରୀକ୍ଷା ଉପରେ ଚାଷୀ ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଏହି ସବୁକୁ ସଠିକ୍ ଭାବେ କାର୍ଯ୍ୟକାରୀ କରି ଚାଷୀମାନେ କିଭଳି ଭାବେ ଅଧିକରୁ ଅଧିକ ଶସ୍ୟ ଉତ୍ପାଦନ କରିପାରିବେ ସେ ସଂପର୍କରେ ମଧ୍ୟ ଆଲୋଚନା କରଯାଇଥିଲା । ମୃତ୍ତିକା ସଂରକ୍ଷଣ ରଖିବାକୁ ହେଲେ ସମସ୍ତ ଜନସାଧରଣ ଏକତା ହଇ ଗଛ ଲଗାଇବା ଓ ପଲିଥିନ୍ ବ୍ଯବହାର ନ କରିବା ପାଇଁ ଆହ୍ବାନ ଦିଆଯାଇଥିଲା। କୃଷକ ଭାଇ ଭଉଣୀ ମାନଙ୍କୁ ସୂଚନା ଦେଇ କୁହାଯାଇଥିଲା ଯେ ମୂର୍ତ୍ତିକା ସଂରକ୍ଷଣ ନିମନ୍ତେ ମୂତ୍ତିକା ସ୍ବାସ୍ଥ୍ୟ କାର୍ଡ ବ୍ଯବହାର କରିବାକୁ ଅନୁରୋଧ କରାଯାଇଛି।

ଏହି କାର୍ଯ୍ୟକ୍ରମ ରେ ସହକାରୀ କୃଷି ଅଧିକାରୀ ଶ୍ରୀ ସୁରୋଜ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଗୁମ୍ମା ବ୍ଲକ କୃଷି ଅଧିକାରୀ ଶ୍ରୀ ନାରାୟଣ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ସମେତ ସମସ୍ତ ବ୍ଲକର କୃଷି ଅଧିକାରୀ ଓ ବିଭିନ୍ନ ପଞ୍ଚାୟତର ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ। ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।