September 21, 2024

ନେହେରୁ ଯୁବ କେନ୍ଦ୍ର ତରଫରୁ ସମ୍ବିଧାନ ଦିବସ ପାଳନ

Share

ନେହେରୁ ଯୁବ କେନ୍ଦ୍ର ତରଫରୁ ସମ୍ବିଧାନ ଦିବସ ପାଳନ

ବେଲଗୁଣ୍ଠା, 05/12, ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୂଲ୍ୟରେ ନେହେରୁ ଯୁବକେନ୍ଦ୍ର ଏବଂ ବିବେକାନନ୍ଦ ଯୁବକ ସଂଘର ମିଳିତ ସହଯୋଗରେ କ୍ଷତ୍ରିୟବରପୁର ସ୍ଥିତ ଏମ୍.ସି.ସି ଏକାଡ଼େମୀ ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି I ନେହେରୁ ଯୁବ କେନ୍ଦ୍ର ବ୍ଳକ୍ ସଂଯୋଜିକା ଦିପ୍ତିମୟୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଏବଂ କନକ ମଞ୍ଜରୀ ନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଭାରତୀୟ ସମ୍ବିଧାନର ସ୍ଵରୂପ, ଏହାର ଆବଶ୍ୟକତା ଏବଂ ସମ୍ବିଧାନ ପ୍ରତି ନାଗରିକମାନଙ୍କ ଦାୟିତ୍ୱ ସମ୍ପର୍କରେ ବୁଝାଇଥିଲେ I ଏହି ଅବସରରେ ସତୁରୀ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଅତିଥି ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ବ୍ଳକ୍ ସଂଯୋଜିକା ଦିପ୍ତିମୟୀ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ I

ଫଟୋ.            ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ