March 10, 2026

ଗଜପତି ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ

IMG-20231205-WA0007
Share

*ଗଜପତି ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ*

ପାରଳାଖେମୁଣ୍ଡି,ତ.୫.୧୨.୨୦୨୩

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବଳରାମ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ବୈଠକରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ ଗଜପତି, ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ଶ୍ରୀ ସୁରେଶ କୁମାର ପଟ୍ଟନାୟକ, ପ୍ରକଳ୍ପ ନିର୍ଦ୍ଧେଶକ, ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଗଜପତି,ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା.ରମାକାନ୍ତ ରଣା, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତି ଲିସା ବେହେରା, କୃଷି ବିଜ୍ଞାନ କେନ୍ଦ୍ର ଆର୍.ଉଦୟଗିରି ବରିଷ୍ଠ ବୈଜ୍ଞାନିକ ଡ.ସୁଶ୍ରୀ ଚୌଧୁରୀ, ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ
ଆୟୋଜିତ ସଭାରେ ମୃତ୍ତିକା ଓ ଜଳ ଜୀବନର ଉତ୍ସ ବିଷୟ ରଖାଯାଇଥିଲା ଏବଂ ମୃତ୍ତିକା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଉପସ୍ଥିତ ଚାଷୀଙ୍କୁ ଦିଗ୍ ଦର୍ଶନ ଦିଆଯାଇଥିଲା। ମୃତ୍ତିକାର ସୁରକ୍ଷା, ମୃତ୍ତିକାର ସ୍ଵାସ୍ଥ୍ୟକାର୍ଡ ଆବଶ୍ୟକତା, ବିନିଯୋଗ ମୃତ୍ତିକା ସଂରକ୍ଷଣ ଏବଂ ମୃତ୍ତିକା ପରୀକ୍ଷା ଉପରେ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ସବୁକୁ ସଠିକ୍ ଭାବେ କାର୍ଯ୍ୟକାରୀ କରି ଚାଷୀମାନେ କିଭଳି ଭାବେ ଅଧିକରୁ ଅଧିକ ଶସ୍ୟ ଉତ୍ପାଦନ କରିପାରିବେ ସେ ସଂପର୍କରେ ଆଲୋଚନା କରଯାଇଥିଲା । ମୃତ୍ତିକା ସଂରକ୍ଷଣ ରଖିବାକୁ ହେଲେ ସମସ୍ତ ଜନସାଧରଣ ଏକତା ହଇ ଗଛ ଲଗାଇବା ଓ ପଲିଥିନ୍ ବ୍ଯବହାର ନ କରିବା ପାଇଁ ଆହାନ ଦିଆଯାଥିଲା।
ଏହି ଅବସରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଜିଲ୍ଲାର ୮ ଜଣ କୃଷକଙ୍କୁ ମୃତ୍ତିକା ସଂରକ୍ଷଣ ନିମନ୍ତେ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଇରନୀୟସ୍ ପ୍ରଧାନ, ସହକାରୀ କୃଷି ଅଧିକାରୀ ସୁରୋଜ କୁମାର ସାହୁ ସମେତ ଜିଲ୍ଲାର ସମସ୍ତ ବ୍ଲକର କୃଷି ଅଧିକାରୀ, ବିଭିନ୍ନ ପଞ୍ଚାୟତର ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର ସହକାରୀ ଜିଲ୍ଲା କୃଷି ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ପ୍ରିୟର୍ଶିନୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।