ତିର୍ତ୍ତୋଲ ମହାନଦୀ ଘାଟରେ ପାଳିତ ହେଲା ଐତିହାସିକ ଚେଳିତୋଳ ବୋଇତ ବନ୍ଦାଣ ଉତ୍ସବ

ପବିତ୍ର କାର୍ତ୍ତିକ ପୂର୍ଣ୍ଣମ। କୁ ବିଦାୟ ଦେବା ସଙ୍ଗେସଙ୍ଗେ ଓଡ଼ିଶାର ମାଆ, ଭଉଣୀ, ଓ ହବିଷ୍ୟାଳି ମାନେ ନଦୀ, ପୋଖରୀ, କିମ୍ବା କେନାଲ ଜଳରେ ସୋଲ ତିଆରି ଡ଼ଙ୍ଗା ଭସାଉ ଥିବାର ଦେଖିବାକୁ ମିଳିଥାଏ l କିନ୍ତୁ ଉତ୍କଳୀୟ ପରମ୍ପରା ଅନୁସାରେ ସାଧବ ପୁଅ ମାନେ ଏହି ପବିତ୍ର ଦିନରେ ବୋଇତ ନେଇ ବିଦେଶ କୁ ବ୍ୟବସାୟ ଅର୍ଥରେ ଯାଇଥାନ୍ତି l ସାଧବବୋହୁ ମାନେ ବୋଇତକୁ ବନ୍ଦାପନା କରି ମେଲାଣି ଦେଇଥାନ୍ତି l ସେହି ଉତ୍କଳୀୟ ପରମ୍ପରାର ନିଦର୍ଶନ ସ୍ୱରୂପ ତତ୍କାଳୀନ ଚେଳିତୋଳ ବନ୍ଦର ତଥା ବର୍ତ୍ତମାନ ର ତାର୍ତ୍ତୋଲ ଠାରେ ଦୀର୍ଘ ୨୪ ବର୍ଷ ଧରି ଆୟୋଜିତ ହେଇ ଆସୁଛି ଚେଳିତୋଳ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମହୋତ୍ସବ l ଚଳିତ ବର୍ଷ ମହା ଆଡମ୍ବର ସହକାରେ ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ତିର୍ତ୍ତୋଲ ର ବିଧାୟକ ଡଃ. ରମାକାନ୍ତ ଭୋଇ ଙ୍କ ନେତୃତ୍ୱରେ ସାଧବ ପୁଅ ଓ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଙ୍କ ନେତୃତ୍ୱରେ ସାଧବ ବୋହୁ ଙ୍କୁ ସୁସଜ୍ଜିତ ବେଶରେ ବୋଇତ ବନ୍ଦାଣ ଉତ୍ସବ ରେ ଦେଖିବାକୁ ମିଳିଥିବା ବେଳେ, ପଣ୍ଡିତ ଅଭୟ କୁମାର ଦାଶ ଏବଂ ପଣ୍ଡିତ ଶିଶିର କୁମାର ପଣ୍ଡା ବେଦ ପାଠ ପୂର୍ବକ ବୋଇତ ବନ୍ଦାଣ କାର୍ଯ୍ୟ ସମାପନ କରିଥିଲେ l ଏହି ପବିତ୍ର ଦୃଶ୍ୟ କୁ ଉପଭୋଗ କରିଥିଲେ ସହସ୍ରାଧିକ ଉତ୍ସାହି ଜନସାଧାରଣ l ବିଧାୟକ ଙ୍କ ସହିତ ଏହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଚିତ୍ତରଞ୍ଜନ ରଥ, ଯଶୋବନ୍ତ ରାଉତ, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ବିମଳ କୁମାର ମହାପାତ୍ର, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ,ସମାଜସେବୀ ସୁବ୍ରତ କୁମାର ଦାଶ, ଜିଲ୍ଲାପରିଷଦ ରଞ୍ଜିତା ସିଂହ ଏବଂ ଆହୁରି ଅନେକ ଯୁବଗୋଷ୍ଠୀ l ବୋଇତ ବନ୍ଦାଣ ପରେ ବିଧାୟକ ମହୋଦୟ ଙ୍କ କରକମଳରେ ପଣ୍ଡିତ ଅଭୟ ଦାଶଙ୍କ ଭାଗବତ ଟୁଙ୍ଗୀ ଏବଂ ବାଲିଯାତ୍ରା ମହୋତ୍ସବ ମୈଦାନ କୁ ଉଦଘାଟନ କରାଯାଇଥିଲା l ଅଦ୍ୟ ଦିବସ ଠାରୁ ୭ ଦିବସ ବ୍ୟାପି ଏହି ବାଲିଯାତ୍ରା ମହୋତ୍ସବ ଚାଲୁ ରହିବ ବୋଲି କମିଟି ତରଫରୁ ସୂଚନା ମିଳିଛି lତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
