ବିଶ୍ଵ ହିନ୍ଦୁ ପ୍ରଖଣ୍ଡ ତରଫରୁ ସାଧାରଣ ବୈଠକ ଅନୁଷ୍ଠିତ।

IMG-20231105-WA0006
Share

ବିଶ୍ଵ ହିନ୍ଦୁ ପ୍ରଖଣ୍ଡ ତରଫରୁ ସାଧାରଣ ବୈଠକ ଅନୁଷ୍ଠିତ।

(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଆଜି ନବରଙ୍ଗପୁର ବିଶ୍ୱ ହିନ୍ଦୁ ପରିଷଦ ପ୍ରଖଣ୍ଡ ତରଫରୁ ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ନବରଙ୍ଗପୁର ସହର ଓ ଆଖ ପାଖ ଗ୍ରାମ ତଥା ସହର ତଳି ଅଂଚଳରେ ରୋହିଂଗ୍ୟl ଓ ବାଂଲାଦେଶୀ ମୁସଲିମଙ୍କର ଅବାଧ ପ୍ରବେଶ ବୃଦ୍ଧି କିଭଳି ରୋକାଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା l ଏହାକୁ ନେଇ ସ୍ଥାନୀୟ ପ୍ରଶାସନଙ୍କ ଅବଗତି ନିମନ୍ତେ ସୋମବାର ଦିନ ନବରଙ୍ଗପୁର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଏକ ଦାବିପତ୍ର ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ନିଷ୍ପତି ନିଆଗଲା l ସୂଚନା ଯୋଗ୍ୟ ଯେ, ନବରଙ୍ଗପୁର ସହର ପରିସୀମାକୁ ଲାଗି ରହିଥିବା ପର୍ଯ୍ୟଟନ ସ୍ଥଳ ହିର୍ଲୀ ଡଙ୍ଗର ପାଦ ଦେଶରେ ଅସଂଖ୍ୟ ଅଜଣା ଲୋକଙ୍କ ବାସ ସ୍ଥଳି ରହିଛି। ଏହି ଅଞ୍ଚଳ କେତେ ଜଣ ଜବର ଦଖଲ କରିଥିବା ଲୋକ ଲୋଚନକୁ ଆସିବା ପରେ ପ୍ରାକ୍ତନ ଜିଲ୍ଲାପାଳ ଅଜିତ ମିଶ୍ର ଉକ୍ତ ଅଞ୍ଚଳକୁ ଜବର ଦଖଲ ମୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ ସ୍ଵରୂପ ଜବର ଦଖାଲକାରି ମାନଙ୍କୁ ନୋଟିସ ଜାରି କରିଥିଲେ। ତେବେ ଏହା କୌଣସି କାରଣରୁ କାର୍ଯ୍ୟକାରୀ ହୋଇ ପାରି ନଥିବା ବେଳେ ବର୍ତମାନ ଉକ୍ତ ସ୍ଥଳକୁ ଜବର ଦଖଲ ମୁକ୍ତ କରିବାକୁ ପ୍ରଶାସନ ନିକଟରେ ଦାବି କରାଯିବ।

You may have missed