October 5, 2026

ଓଡ଼ିଶା ପ୍ରୀମିୟର ଲିଗ୍ ସିଏମ୍ ଟ୍ରଫି ହାସଲ କଲା କେୟୁଝର ମାଇନସ୍ କିର୍କେଟ ଟିମ୍।ଜାମେଲାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ..

IMG-20261005-WA0054
Share

.ଜାମେଲାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ।ଜାମେଲାଙ୍କ ପାଇଁ ଆଜି ପାରାଦ୍ଵୀପ ଗର୍ବିତ।ତେବେ ଓଡ଼ିଶା କ୍ରିକେଟ୍ ଆସୋସେଶନ ତରଫରୁ ଏକ ଓଡ଼ିଶା ପ୍ରୀମିୟର ଲିଗ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା।ମାତ୍ର ଏହି ଟୁର୍ଣ୍ଣାମେଣ୍ଟରେ ୬-ଟି କ୍ରିକେଟ୍ ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ସେଥି ମଧ୍ୟରୁ କେଉଁଝର ମାଇନସ୍ କିର୍କେଟ୍ ଟିମ୍ ବିଜୟ ଲାଭ କରିଥିଲା।ତେବେ କେଉଁଝର ମାଇନସ୍ ଟିମର ଓନର ସିତୁ ବାବୁ ପାରାଦ୍ଵୀପ ମାଟିର ପୁଅ ଜାମେଲା ଭଞ୍ଜନ ମହାପାତ୍ରଙ୍କୁ ଅକ୍ସନ୍ କିଣିଥିଲେ ଓ ଏହି ଟିମରେ ଶୁଭ୍ରାଂଶୁ ସେନାପତି କ୍ୟାପଟେନ ସିଭ୍ କରିଥିଲେ।ତେବେ ଓଡ଼ିଶାକ୍ରିକେଟ୍ ଅସୋସେଶନ ତରଫରୁ ଓଡ଼ିଶା ପ୍ରିମୀୟର ଲିଗରେ ସିଏମ୍ ଟ୍ରଫି ଜାମେଲା ଭଞ୍ଜନ ମହାପାତ୍ର ହାସଲ କରିଥିବାରୁ ତାଙ୍କୁ ଗତକାଲି କୁଜଙ୍ଗ ସ୍ଥିତ ସନ୍ତରା ଗଡା ଠାରୁ ପାରାଦ୍ଵୀପ ଗୋପବନ୍ଧୁ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇ ପାରାଦ୍ଵୀପ ଗୋପବନ୍ଧୁ ଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ନିଜ ସମର୍ଥକ ମାନେ ଜଣାଇଥିଲେ।

( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )