November 25, 2024

Day: October 5, 2024

ଶାରଳା ମନ୍ଦିରର ଘିଅ ଯାଞ୍ଚ ପ୍ରକ୍ରିୟା ଆରମ୍ଭ….।   

  ତା ୪/୧୦/୨୦୨୪ ତିର୍ତୋଲ , ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ ରେ ଶାରଦୀୟ ପାର୍ବଣ ପୂଜା ଚାଲିଥିବାବେଳେ , ଶୁକ୍ରବାର ପୂର୍ବାହ୍ନରେ, ସର୍ବସାଧାରଣଙ୍କ ପାଇଁ ମାଆଙ୍କ...

ମା’ ସାଜିଲା ପିଶାଚୀ! ଦେଢ଼ ମାସର ନିଷ୍ଠାପର ଶିଶୁପୁତ୍ର ହତ୍ୟା ମାମଲାରେ ଅଭିଯୁକ୍ତା ଆଜୀବନ କାରାଦଣ୍ଡରେ ଦଣ୍ଡିତ 

  ରାଇରଙ୍ଗପୁର ( ଦେବାଶିଷ ଦାଶ୍ )   ଶିଶୁ ଟିଏ ପାଇବା ପାଇଁ କେତେ କ'ଣ ପୂଜାପାଠ କରୁଛନ୍ତି ବାପ ମା ।ଲକ୍ଷେ ଶିବ ପୂଜି...

ପାସେଞ୍ଜର ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଯୁବକ…

ନୀଳଗିରି,( ଦେବାଶିଷ ଦାଶ୍ ) ପାସେଞ୍ଜର ଟ୍ରେନ ଆଗକୁ ଡେଇଁ ପଡ଼ି ଯୁବକ ର ମୃତ୍ୟୁ। ସୂଚନା ରୁ ଜଣାଯାଇଛି,ଦିନ ଗୋଟାଏ ବେଳେ , ଗୋପୀନାଥପୁର ନୀଳଗିରି...

ଆଜିର ରାଶିଫଳ..

*✧═════•❁❀❁•═════✧* *🌷 ମେଷ 🌷👉* *ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା...

ଆଜିର ଖବର…

    ୧-ନିଯୁକ୍ତି ପାଇବେ ୧୬,୦୦୯ କନିଷ୍ଠ ଶିକ୍ଷକ,ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।   ୨-ଭୁବନେଶ୍ୱର:ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଉପସ୍ଥାନ ୧୫%, ଚିନ୍ତାରେ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.