October 5, 2024

କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟସାମଗ୍ରୀ ବଣ୍ଟନ କଲେ ଯୁବଛାତ୍ର ନୀଳାମ୍ବର 

Share

 

 

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଯୁବଛାତ୍ର ତଥା ସମାଜ ସେବୀ ନୀଳାମ୍ବର ଦାଶ ଙ୍କ ଦ୍ଵାରା ବିଦ୍ୟାଳୟ ରେ ପଢୁଥିବା ଛୋଟ ଛୋଟ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟସାମଗ୍ରୀ ବଣ୍ଟନ କରିଥିବା ଜଣାଯାଇଛି । ଦିଲ୍ଲୀ ରେ ପଢୁଥିବା ନୀଳାମ୍ବର ଯେତେବେଳେ ବି ଅବକାଶ ରେ ଘରକୁ ଆସନ୍ତି କିଛି ନା କିଛି ସମାଜ ପାଇଁ କାମ କରିବାକୁ ଚେଷ୍ଟା କରନ୍ତି । ଶନିବାର ବୀରମହାରାଜପୁର ଅନ୍ତର୍ଗତ ଦେଉଳି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ ସହିତ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଗତ ଥର ମଧ୍ୟ ବୃକ୍ଷ ରୋପଣ କରି ସମାଜ କୁ ଏକ ସୁନ୍ଦର ଦୃଷ୍ଟିକୋଣ ଦେଇ ଚର୍ଚ୍ଚା ରେ ରହିଥିଲେ । ଯାହା ଫଳରେ ସେ କିଛି ଦିନ ଆଗରୁ ଦିଲ୍ଲୀ ରେ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ ହୋଇଥିଲେ । ଏହି ସବୁ କାମ ପାଇଁ ସେ ତାଙ୍କ ଅଞ୍ଚଳ ର ଲୋକ ମାନଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି। ତାଙ୍କୁ ଏହି କାର୍ଯ୍ୟକ୍ରମ ରେ ବିଶେଷ ରୂପ ସହଯୋଗ କରିଥିବା ଯୁବ ସମାଜସେବୀ ସୁଧାଂଶୁ କର୍ଣ୍ଣ , ଗ୍ରାମ ର ୱର୍ଡମେମ୍ବର ଭକ୍ତବନ୍ଧୁ ବୁଡେକ, ରଞ୍ଜିତ କର୍ମୀ ତଥା ମନ୍ଦିର ପୂଜକ ପିଣ୍ଟୁ ଶତପଥୀ ଗ୍ରାମର ମାନସ ମିଶ୍ର , ସିତୁନ ଦାଶ , ଗୋପାଳ ଦାଶ ଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି ଯେଉଁ ମାନେ କି ପ୍ରତ୍ୟେକ କାର୍ଯ୍ୟ ରେ ସବୁବେଳେ ସାହାଯ୍ୟ କରନ୍ତି । ଉକ୍ତ କାର୍ଯ୍ୟକ୍ରମ ସମୟ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷିକା ରଶ୍ମିତା ଦାଶ ଏବଂ ଶିକ୍ଷକ ସୁଶିଲ ପୁରୋହିତ ମଧ୍ୟ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ । ଏବଂ ଶେଷରେ ନୀଳାମ୍ବର ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଗକୁ ଛାତ୍ର ଛାତ୍ରୀ ମାନଙ୍କୁ ବ୍ୟାଗ୍ ଆଉ ପାଣି ବୋତଲ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।