November 26, 2024

ମା’ ସାଜିଲା ପିଶାଚୀ! ଦେଢ଼ ମାସର ନିଷ୍ଠାପର ଶିଶୁପୁତ୍ର ହତ୍ୟା ମାମଲାରେ ଅଭିଯୁକ୍ତା ଆଜୀବନ କାରାଦଣ୍ଡରେ ଦଣ୍ଡିତ 

Share

ରାଇରଙ୍ଗପୁର ( ଦେବାଶିଷ ଦାଶ୍ )

ଶିଶୁ ଟିଏ ପାଇବା ପାଇଁ କେତେ କ’ଣ ପୂଜାପାଠ କରୁଛନ୍ତି ବାପ ମା ।ଲକ୍ଷେ ଶିବ ପୂଜି କିଏ ପାଉଛନ୍ତି ସନ୍ତାନ ।କାହାର ଛୁଆପିଲା ହେଉ ନାହାନ୍ତି ତ ସେମାନେ ସରଗୋସିସ୍ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ସନ୍ତାନ ଜନ୍ମ କରୁଛନ୍ତି ।ହେଲେ ସମୟ ଚାଲିଛି ଓଲଟା । ପାରିବାରିକ ହିଂସାକୁ ବରଦାସ୍ତ ନ କରି ସ୍ବାମୀ ଉପରେ ରାଗି ଶୁଝି ଧୈର୍ଯ୍ୟ ହରା ହୋଇ ଘରେ କେହି ନ ଥିବା ବେଳେ ଦୁନିଆଁ ଦେଖି ନ ଥିବା ଦେଢ଼ ମାସର ଶିଶୁକୁ ହତ୍ୟା କଲା ଜନ୍ମ କଲା ମା । ବଇରୀ ସାଜିଲା ଜନ୍ମ କଲା ତା’ର ।ଯାହାକି ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଏଭଳି ଘଟଣା ଘଟିଥିଲା ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବାଙ୍କିଡିହି ଗ୍ରାମର ସାଲାଇ ନାଏକଙ୍କ ଘରେ ।ସାଲାଇ ନାଏକ ଦୁଇଟି ବିବାହ କରିଥିଲେ । ଦିତୀୟ ସ୍ତ୍ରୀ ପାର୍ବତୀ ନାଏକ(୩୦) ଙ୍କ ଔରସରୁ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା ।ଘର ଥିଲେ କଳି,ଯୁକ୍ତିତର୍କ ମନୋମାଳିନ୍ଯ ,ମିଳାମିଶା ଥାଏ ।ଏହା ସାଧାରଣ କଥା । କିନ୍ତୁ ମଝିରେ ମଝିରେ ସାଲାଇ ଏବଂ ଦିତୀୟ ପତ୍ନୀ ପାର୍ବତୀ ଙ୍କ ମଧ୍ୟରେ ୧୦/୦୯/୨୩ ତାରିଖ ଦିନ କେତେବେଳେ ସାମାନ୍ୟ ଉଚ୍ଚବାଚ ସୋଇଥିଲା ।ପରେ‌ ସାଲାଇ ଘରର ତେଲ ଲୁଣ,ପନି ପରିବା ପାଇଁ ହାଟକୁ ଯାଇଥିଲେ ।ପ୍ରଥମ ସ୍ତ୍ରୀ ବିଲକୁ କାମ କରିବାକୁ ଯାଇଥିଲେ ।ଘରେ କେହି ନ ଥିବା ବେଳେ ପାର୍ବତୀ ମାନସିକ ଭାରସାମ୍ୟ ହରାଇ ସଂଧ୍ୟାଵେଳେ ଦେଢ଼ ମାସର ନିଷ୍ପାପ ଛୁଆଟିକୁ ଚୁପଚାପ୍ ତଣ୍ଟି ଚିପି ମାରି ଦେଇ ଗାଁ ପାଖ ପୋଖରୀରେ ଫୋପାଡି ଦେଇ ଚୁପଚାପ ସେହି ଗାଁର ନିଜର ବାପା ଘରକୁ ପଳାଇଥିଲା ।ପରେ ସାଲାଇ ଏବଂ ପ୍ରଥମ ପତ୍ନି ଘରକୁ ଆସି ଦେଖନ୍ତି ତ ଛୁଆ ନାହିଁ କି ପାର୍ବତୀ ନାହିଁ ।ପରେ ବହୁ ଖୋଜାଖୋଜି ପରେ ପାର୍ବତୀଙ୍କୁ ତା’ର ବାପ ଘରେ ଖୋଜିକି ପାଇଲେ । ଗାଁ ଲୋକେ ସମସ୍ତେ ପଚରା ପଚିରି କରିବାରୁ ପାର୍ବତୀ ତା’ର ର ଦୋଷ ସ୍ଵିକାର କରିବା ସହ ଛୁଆଟିକୁ ଗାଁ ପୋଖରୀରେ ଫୋପାଡି ଦେଇଥିବା କହିଥିଲା ।ପରେ ଗାଁ ଲୋକେ ପୋଖରୀରୁ ଛୁଆର ମୃତଦେହ ପାଇଥିଲେ ।୧୧/୦୯ ତାରିଖ ଦିନ ଛୁଆର ମୃତ୍ୟୁ ନେଇ ବିଶୋଇ ଥାନାରେ ପାର୍ବତୀ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ ।ବିଶୋଇ ପୋଲିସ କେଶ ମାମଲା ୧୭୧/୨୩ ରୁଜୁ କରି ତଦନ୍ତ କରିଥିଲା ।ଆଜି ରାଇରଙ୍ଗପୁର କୋର୍ଟରେ ଏଡିଜେ ଡଃ ଭି ସୁଜାତା ପୋଲିସ ରିପୋର୍ଟ, ପାରିପାର୍ଶ୍ବିକ ଘଟଣା ଏବଂ ୧୩ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଆସାମୀ ପାର୍ବତୀ କୁ ଆଜୀବନ କାରାଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ହେଲେ ୬ ମାସ ଅଧିକ ଦଣ୍ଡ ଶୁଣାଣି କରିଛନ୍ତି । ସରକାରୀ ଏପିପି ପଙ୍କଜ ଦାସ ସରକାରଙ୍କ ତରଫରୁ ଶୁଣାଣି ରେ ସହଯୋଗ କରିଥିଲେ ।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed