October 5, 2024

ପାସେଞ୍ଜର ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଯୁବକ…

Share

ନୀଳଗିରି,( ଦେବାଶିଷ ଦାଶ୍ )

ପାସେଞ୍ଜର ଟ୍ରେନ ଆଗକୁ ଡେଇଁ ପଡ଼ି ଯୁବକ ର ମୃତ୍ୟୁ। ସୂଚନା ରୁ ଜଣାଯାଇଛି,ଦିନ ଗୋଟାଏ ବେଳେ , ଗୋପୀନାଥପୁର ନୀଳଗିରି ରେଳ ଷ୍ଟେସନ ରୁ ଯାତ୍ରୀବାହୀ ପାସେଞ୍ଜର ଟ୍ରେନ ଟି ବାଲେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।ଷ୍ଟେସନ ସାହି – ଗର୍ଜନ ରାସ୍ତା ର ରେଲ କ୍ରସିଂ ନିକଟ ରେ ହଠାତ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଡେଇଁ ପଡ଼ିବାରୁ,ଟ୍ରେନ ଧକ୍କା ରେ ସେ ରେଳ ଲାଇନ୍ ଉପରେ

ଗୁରୁତର ଆହତ ହୋଇ ପଡ଼ି ଯାଇଥିଲେ।ଟ୍ରେନ ଅଟକି ଯାଇଥିଲା। ଗାର୍ଡ ସାହିବ ଙ୍କ ନିର୍ଦ୍ଦେଶ କ୍ରମେ ସେହି ଟ୍ରେନ ରେ ରେଳ କର୍ମଚାରୀ ସଙ୍ଗେ ସଙ୍ଗେ ବାଲେଶ୍ଵର ନେଇ , ଆମ୍ବୁଲାନ୍ସ ଯୋଗେ, ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ ହେଁ,ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଉକ୍ତ ଯୁବକ ଜଣକ ଏନ୍ ଏ ସି ୧୧ ନମ୍ୱର ୱାର୍ଡ ଷ୍ଟେସନ ସାହି (ପଣ୍ଡା ଅଫିସ୍)ର ବାଙ୍ଗୁରୁ ସିଂ ପୁଅ ବାପିଲି ସିଂ (୧୮)

ବୋଲି କୁହାଯାଇଛି,