June 15, 2026

ଧର୍ମପରାୟଣ ମହିଳା ସ୍ବର୍ଗତଃ ପୂର୍ଣିମାଙ୍କ ସୃତିଚାରଣ ସଭା

IMG-20231005-WA0031
Share

ଧର୍ମପରାୟଣ ମହିଳା ସ୍ବର୍ଗତଃ ପୂର୍ଣିମାଙ୍କ ସୃତିଚାରଣ ସଭା

କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ଧର୍ମପରାୟଣ ପରୋଉପକାରୀ ମହିଳା ସ୍ବର୍ଗତଃ ପୂର୍ଣ୍ଣିମା ସେଠୀଙ୍କ ଏକାଦଶହ କ୍ରିୟା ଉପଲକ୍ଷେ ସୃତିଚାରଣ ସଭା ଅନୁଷ୍ଟିତ ହୋଇଯାଇଅଛି।ପୂର୍ବତନ ବିଦ୍ୟୁତ୍ କର୍ମଚାରୀ ବଟକୃଣ୍ଣ ସେଠୀ ଙ୍କ ସହଧର୍ମିଣୀ ସ୍ବର୍ଗତଃ ପୂର୍ଣ୍ଣିମା ସେଠୀ ଜଣେ ଉଦାର ମାନବିକତା ସହ ପରୋଉପକାରୀ ଓ ଧର୍ମପରାୟଣ ବ୍ୟକ୍ତିତ୍ୟ ଥିଲେ।ଏଥିରେ ପୂର୍ବତନ ପିସିସି ସଭାପତି ଜୟଦେବ ଯେନାଙ୍କ ସହ ରତ୍ନାକର ଯେନା,ରମେଶ ଚନ୍ଦ୍ର ସା,ରବିନ୍ଦ୍ର କୁମାର ଯେନା,ମୂରଲୀ ଧର ନୟକ,ଆନନ୍ଦ ଚନ୍ଦ୍ର ଜେନା,ସମେତ ବହୁ ଯୁବ କଂଗ୍ରେସ କର୍ମି ଯୋଗ ଦେଇଥିବା ବେଳେ ପୂର୍ଣ୍ଣିମାଙ୍କ ଦୁଇ ପୁଅ ସନ୍ତୋଷ ସେଠୀ ଓ ତପନ କୁମାର ସେଠୀ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।                                                                                                                                                          କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।

You may have missed