କୋଶଳ ସୁନ୍ଦରୀ ଡକ୍ଟର ସସ୍ମିତା ମେହେରଙ୍କୁ ବାନ୍ଧକଳା ପାଇଁ ରାଷ୍ଟ୍ରୀୟ ଗୌରବ ସମ୍ମାନ
ସୁରେନ୍ଦ୍ର କଠାର କଂ ରିପୋର୍ଟ
ବରଗଡ ଜିଲ୍ଲା
ଅନ୍ତର୍ଗତ ତୋରା ଗ୍ରାମର ର ପ୍ରସିଦ୍ଧ ସମ୍ବଲପୁରୀ
ବାନ୍ଧ କଳାକାର ଏବଂ ହସ୍ତଶିଳ୍ପ ବିଶେଷଜ୍ଞ କୋଶଳ
ସୁନ୍ଦରା ଡକ୍ଟର ସସ୍ମିତା ମେହେରଙ୍କୁ ୟାସ୍ ଇଣ୍ଡିଆ
ତରଫରୁ ରାଷ୍ଟ୍ରୀୟ ଗୌରବ ସମ୍ମାନ ୨୦୨୫
ପ୍ରଦାନ କରାଯାଇଛି । ପାରମ୍ପରିକ ସମ୍ବଲପୁରୀ
ବାନ୍ଧକଳା ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ
ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ
କରାଯାଇଛି । ସମ୍ମାନରେ ତାଙ୍କୁ ମାନପତ୍ର,
ସଦସ୍ୟତା ପରିଚୟପତ୍ର, ୱେବସାଇଟ୍ ପ୍ରୋଫାଇଲ୍
ଏବଂ ସୋସିଆଲ ମିଡିଆ ପୋଷ୍ଟ ସମେତ ଅନ୍ୟାନ୍ୟ
ବିଶେଷ ସୁବିଧା ମଧ୍ୟ ପ୍ରଦାନ କରାଯାଇଥିଲା। ଏହି
ପ୍ରତିଷ୍ଠିତ ପୁରସ୍କାର କଳା ଏବଂ ହସ୍ତଶିଳ୍ପ କ୍ଷେତ୍ରରେ
ଉଲ୍ଲେଖନୀୟ ଅବଦାନ ରଖୁଥିବା ବୃଦ୍ଧିଗତମାନଙ୍କୁ
ନେଇ ଗଠିତ ଏକ ମନୋନୀତ ଜାତୀୟ ଜୁରୀ
ଦ୍ଵାରା ପ୍ରଦାନ କରାଯାଇଥିଲା, ଯାହା ଏହି ସମ୍ମାନର
ଗରିମାକୁ ଆହୁରି ବୃଦ୍ଧି କରିଥିଲା । ବରଗଡ଼ ଡୋରା ର
ପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧ କଳାକାର ଏବଂ ହସ୍ତଶିଳ୍ପ
ବିଶେଷଜ୍ଞ କୋଶଳ ସୁନ୍ଦରୀ ଡକ୍ଟର ସସ୍ମିତା ମେହେର
ବର୍ଷ ବର୍ଷ ଧରି ପାରମ୍ପରିକ କଳାକୁ ସଂରକ୍ଷଣ, ସ୍ଥାନୀୟ
କାରିଗରମାନଙ୍କୁ ଉତ୍ସାହିତ କରିବା ଏବଂ ଭାରତୀୟ
ସାଂସ୍କୃତିକ ଐତିହ୍ୟକୁ ନୂତନ ପିଢ଼ି ପାଖକୁ ନେବାରେ
ଉଲ୍ଲେଖନୀୟ ଅବଦାନ ରହିଛି । ତାଙ୍କର ଏକାଗ୍ର ନିଷ୍ଠା
ମାଧ୍ୟମରେ, ସେ ସମ୍ବଲପୁରୀ ହସ୍ତଶିଳ୍ପକୁ କେବଳ ଜାତୀୟ
ସ୍ବୀକୃତି ଦେଇନାହାଁତି, ବରଂ ଏହାକୁ ଅନ୍ତର୍ଜାତୀୟ ମଞ୍ଚକୁ
ନେବାରେ ମଧ୍ୟ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଛନ୍ତି ।
ତାଙ୍କର ନିରନ୍ତର ପ୍ରୟାସ ଯୋଗୁଁ ଅନେକ କାରିଗର ଏବଂ
କଳାକାର ନୂତନ ଦିଗଦର୍ଶନ, ସୁଯୋଗ ଏବଂ ପ୍ରଗତିର
ପଥ ପାଇଛନ୍ତି । ଏହି ସମ୍ମାନ କେବଳ ମୋର ନୁହେଁ,
ବରଂ ଏହି କଳା ଯାତ୍ରାରେ ମୋତେ ସମର୍ଥନ କରିଥିବା
ମୋର ପରିବାର, ସମସ୍ତ ସହକର୍ମୀ, ଗୁରୁଜନ ଏବଂ
କାରିଗରଙ୍କର ବୋଲି ଜକ୍ଟର ମେହେର କହିଥିଲେ ।
