ଅତାବିରାରେ ପବିତ୍ର ଗୁରୁ ଦିବସ ଅବସରେ ରକ୍ତ ଦାନ ଶିବିର
ସୁରେନ୍ଦ୍ର କଠାର କଂ ରିପୋର୍ଟ
ଅତାବିରା ସରସ୍ବତୀ ମଣ୍ଡପ ଠାରେ ପ୍ରାଥମିକ ଶିକ୍ଷା ସାଂସ୍କୃତିକ ଅନୁଷ୍ଠାନ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଏ ଡି ଇ ଓ ସରୋଜ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବି.ଇ.ଓ ମିଶ୍ରାଣି କୁମ୍ଭାର ଏ.ବି.ଇ ଓ କାର୍ତ୍ତିକ ବାଗ ଭେଡେନ ବି.ଇ.ଓ ମଛିନ୍ଦ୍ର ମଲ୍ଲିକ, ରଶ୍ମି ରଞ୍ଜନ ସାହୁ ସଭାପତି ଶିକ୍ଷକ ସଂଘ, ନନ୍ଦି ଘୋଷ ଭୁଏ, ସୁଦାମ ଭୁଏ, ଭବାନୀ ଶଙ୍କର ପଧାନ ଏହି ଶିବିର ରେ ସର୍ବମୋଟ ୩୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଶିବିର ଆୟୋଜନ ପାଇଁ ବୋଲବମ ସଙ୍ଘ ଓ ପ୍ରାଥମିକ ଶିକ୍ଷା ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ ସ୍ମୃତି ଫଳକ ସମ୍ବର୍ଦ୍ଧିତ କରାଯାଇଥିଲା।ଶିବିର ରେ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇ ସୁପରିଚାଳନା କରିଥିଲେ।
