September 21, 2024

ରସାୟନ ବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର 

Share

ବୁଗୁଡା : ତା ୦୫/୦୯/୨୪ : ସ୍ଥାନୀୟ ପିପୁଲ୍ସ କଲେଜର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଗୁରୁଦିବସରେ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ମନୋଜ କୁମାର ଦାସ, ଅଧ୍ୟାପକ ବିଜେନ୍ଦ୍ର ଆଚାର୍ଯ୍ୟ ଓ ଶ୍ରୀକୃଷ୍ଣ ମଣ୍ଡଳ, ଡେମୋନଷ୍ଟେଟର୍ ନରହରି ଚୌଧୁରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ଚକ୍ରର ଶୀଷର୍କ “କ୍ଯାନ୍ ଏଆଇ ରିପ୍ଲେସ୍ ଟିଚର୍ସ ” ସମ୍ପର୍କୈ ଆଲୋକପାତ କରିଥିଲେ । ଏ ଅବସରରେ ଉକ୍ତ ଶୀଷର୍କକୁ ନେଇ ଆଲୋଚନା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରୀ ଶାଶ୍ବତି ପଟ୍ଟନାୟକ-ପ୍ରଥମ, ଉର୍ମିଳା ମହାନ୍ତି-ଦ୍ବିତୀୟ ଓ ରୂପାଲି ସାହୁ-ତୃତୀୟ ସ୍ଥାନ ଅଧିକାର କରିଥିଲେ। ପରିଶେଷରେ ଛାତ୍ରୀ ଅର୍ଚ୍ଚିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।